Advertisment

ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଦାନ କରାଗଲା ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍

ସମ୍ବଲପୁର ୟୁନିଭର୍ସିଟର ଇନିଷ୍ଟିଚ୍ୟୁଟ୍ ଅଫ ଇନଫରମେସନ୍ ଟେକ୍ନୋଲୋଜିର ବିଟେକ କମ୍ପ୍ୟୁଟର ସାଇନସର ଛାତ୍ର ଅମ୍ଲାନ ନନ୍ଦଙ୍କୁ ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍ ପ୍ରଦାନ କରାଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Arindam Das Scholarship

Arindam Das Scholarship

ଓଟିଭି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରଦାନ କରାଯାଇଛି ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍ । ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଓଟିଭି ପକ୍ଷରୁ ଏହି ସ୍କଲାରସିପ୍ ଦିଆଯାଇଛି । ସମ୍ବଲପୁର ୟୁନିଭର୍ସିଟ ଅଧିନରେ ଥିବା ଇନିଷ୍ଟିଚ୍ୟୁଟ୍ ଅଫ ଇନଫରମେସନ୍ ଟେକ୍ନୋଲୋଜିର ବିଟେକ କମ୍ପ୍ୟୁଟର ସାଇନସ ଛାତ୍ର ଅମ୍ଲାନ ନନ୍ଦଙ୍କୁ ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍ ପ୍ରଦାନ କରାଯାଇଛି ।

Advertisment

ଅମ୍ଲାନଙ୍କ କଲେଜ ଫି ସମେତ ବାର୍ଷିକ ସମସ୍ତ ପାଠପଢା ଖର୍ଚ୍ଚ ପ୍ରଦାନ କରାଯାଇଛି । ଓଟିଭି ନେଟୱର୍କର ଡିଜିଟାଲ ବିଜନେସ ହେଡ ଲିତିଶା ମଙ୍ଗତ ପଣ୍ଡା ଅମ୍ଲାନଙ୍କୁ ଚେକ୍ ପ୍ରଦାନ କରିଥିଲେ । ଏହି ଅବସରରେ ଓଟିଭି ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର, ଓଟିଭି ଗ୍ରୁପ୍ ଏଚଆର ମୁଖ୍ୟ ଲେଫଟନାଣ୍ଟ କର୍ଣ୍ଣେଲ ସି. କେ ଜେନା, କର୍ପୋରେଟ ବ୍ୟାପାର ବିଭାଗ ମୁଖ୍ୟ ମାନସ ସାହୁ, ଓଟିଭିରେ କାର୍ଯ୍ୟରତ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ପତ୍ନୀ ସମୀକ୍ଷା ବେହେରାଙ୍କ ସମେତ ଓଟିଭିର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଆସନ୍ତା ୨୪ ତାରିଖରେ ଅରିନ୍ଦମଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ । ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରଲୋକକୁ ଦୁଇ ବର୍ଷ ପୁରିଛି । ତାଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଏହି ସ୍କଲାରସିପ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଦୁଇ ବର୍ଷ ହେଲା ଆର୍ଥିକ ଅନଗ୍ରସର ବର୍ଗର କୃତୀ ଛାତ୍ର ଅମ୍ଲାନ ନନ୍ଦଙ୍କୁ ଏହି ସହାୟତା ମିଳିଛି । ଆଗାମୀ ବର୍ଷରେ ଜଣେ ସାମ୍ବାଦିକତା ଛାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

Advertisment

Advertisment
Advertisment