• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ରାଜରାସ୍ତାରେ ଶୁଭିବ ଗୁରୁଗର୍ଜନ । ବାରମ୍ବାର ସରକାରଙ୍କ ପ୍ରତିଶ୍ରୁତି ପ୍ରତାରଣାରେ ପାଲଟିବା ପରେ ଏଥର ନଛୋଡ଼ବନ୍ଧା ଶିକ୍ଷକ ସଂଘ । ଜାନୁଆରୀ ୨୯ରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବା ନେଇ ପ୍ରାଥମିକ ଶିକ୍ଷକ ସଂଘ ଚେତାବନୀ ଦେଇଛି । ବିଗତଦିନ ମାନଙ୍କରେ ସରକାର ବାରମ୍ବାର ସେମାନଙ୍କ ସହ ଆଲୋଚନାକରି ପ୍ରତିଶ୍ରୁତି ଦେଇଛନ୍ତି । ହେଲେ କୌଣସି ସୁଫଳ ମିଳିପାରିନାହିଁ ।

ଏପରିକି ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେବା ପରେ ବି ସେମାନଙ୍କ ଦାବି ପୂରଣ ହୋଇପାରିନାହିଁ । ସିଏମ୍‌ଓ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ଫେଲ୍‌ ମାରିଛି । ଆଉ ସେମାନଙ୍କ ପାଇଁ ସମସ୍ତ ସରକାରୀ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର । ପୂର୍ବରୁ ଆନ୍ତମନ୍ତ୍ରୀ ସ୍ତରୀୟ କମିଟିରେ ଶିକ୍ଷକ ମାନଙ୍କ କଥା ଆଲୋଚନା ହୋଇଥିଲା । ହେଲେ ସେଥିରେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ତେଣୁ ସରକାର ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷକ ।

ତେଣୁ ପ୍ରାଥମିକ ଶିକ୍ଷକ ଆସନ୍ତା ୨୯ରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି । ତାହାସହିତ ରାଜ୍ୟ ସରକାରଙ୍କ ଶିକ୍ଷକ କର୍ମଚାରୀ ମାରଣ ନୀତିକୁ ଘୋର ବିରୋଧ କରିଛି ସଂଘ । ପ୍ରତିଶ୍ରୁତି ପରେ ମଧ୍ୟ ସରକାର ଦାବି ପୂରଣ କରିବାରେ ବିଫଳ ହୋଇଥିବାରୁ ୨୭ ତାରିଖ ସୁଦ୍ଧା ଦାବି ପୂରଣ କରାନଗଲେ ଆନ୍ଦୋଳନ ଚେତାବନୀ ଦିଆଯାଇଛି ।

ଗତ ସେପ୍ଟେମ୍ବର ମାସରେ ଶିକ୍ଷକ ଆନ୍ଦୋଳନ ପାଇଁ ପ୍ରାଥମିକ ଶିକ୍ଷା ଏକ ପ୍ରକାର ଠପ୍ ହୋଇଥିଲା । ଶିକ୍ଷକମାନେ ନିଜର ଦାବି ପାଇଁ ସମୁହ ଛୁଟିରେ ଯିବା ଫଳରେ ଅନେକ ସ୍କୁଲରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା । ପରେ ପରେ ପାଖ ସ୍କୁଲରୁ ମାଧ୍ୟମିକ ଶିକ୍ଷକଙ୍କୁ ଆଣି ପଢାଯାଇଥିଲା । ହେଲେ ପିଲା ଓ ଶ୍ରେଣୀ ତୁଳନାରେ ଶିକ୍ଷକ ନଥିବାରୁ ନାନା ଅନୁସିଧାର ସମ୍ମୁଖିନ ହେଉଥିଲେ ଛାତ୍ରଛାତ୍ରୀ

ସେପଟେ ଶିକ୍ଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ଅଭିଭାବକ । ୩ ଦଫା ଦାବି ପୂରଣ ପାଇଁ ଶିକ୍ଷକମାନେ ଆନ୍ଦୋଳନ କରିଥିଲେ । ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନସନ୍ ଓ କେନ୍ଦ୍ରୀୟ ହାର ଦରମା ଅନୁସାରେ ୪୨ଶହ ଟଙ୍କା ଗ୍ରେଡ୍ ପେ ଲାଗୁ କରିବାକୁ ଦାବି କରିଥିଲେ ।

  • Reported by:
  • JAGDISH DAS