Advertisment

ପୋଲିସ୍‌ ତାଉ ଦେଖାଇ ମାରିପିଟି ଖାଉଥିଲେ, ଏବେ ଚାକିରି ଗଲା...

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଭିଜିଲାନ୍ସ ରେଡ୍‌ ବେଳେ ତ୍ରିନାଥ ମିଶ୍ରଙ୍କ ପାଖରୁ କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି ମିଳିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Addl SP Trinath Mishra Given Compulsory Retirement

Addl SP Trinath Mishra Given Compulsory Retirement

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥ ମିଶ୍ରଙ୍କୁ ନିକଟରେ ଭିଜିଲାନ୍ସ ଗିରଫ କରିଥିଲା।

Advertisment

ଭିଜିଲାନ୍ସ ରେଡ୍‌ ବେଳେ ତ୍ରିନାଥ ମିଶ୍ରଙ୍କ ପାଖରୁ କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି ମିଳିଥିଲା। ତ୍ରିନାଥ ମିଶ୍ର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲା ସମେତ ୧୧ଟି ସ୍ଥାନରେ ଥିବା ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ଏକକାଳୀନ ତଲାସି କରାଯାଇଥିଲା।

ରେଡ୍‌ ବେଳେ ତାଙ୍କର ବିପୁଳ ପରିମାଣରେ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ତାଙ୍କ ପାଖରୁ ସମୁଦାୟ ପ୍ରାୟ ୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା। ତ୍ରିନାଥ ମିଶ୍ରଙ୍କୁ ମିଶାଇ ରାଜ୍ୟ ସରକାର ୧୫୨ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇସାରିଲେଣି।

Advertisment

ତ୍ରିନାଥଙ୍କ କୋଠାବାଡ଼ି, ମାଳ ମାଳ ସୌଖିନ୍ ଗାଡ଼ି, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଦେଖିଲେ ତାଜୁବ୍‌ ହୋଇଯିବେ। ହେଲେ ଏହି ସମ୍ପତ୍ତି ଉପରେ ଛାପା ମାରିଥିଲା ଭିଜିଲାନ୍ସ। ରସୁଲଗଡ଼ ବାସଭବନରେ ଲେଖିଛନ୍ତି ଚମତ୍କାର ବାର୍ତ୍ତା, ପ୍ରଚାର କରୁଛନ୍ତି ଅମୂଲ୍ୟ ବଚନ । ହେଲେ ଏଭଳି ବାଣୀ ଉପରେ ବିଶ୍ୱାସ କରୁଥିବା ତ୍ରିନାଥଙ୍କ ପାଖରେ ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି କେଉଁଠୁ ଆସିଲା? ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଥାଉ କି, ନିକଟରେ ରାଜ୍ୟ ସରକାର ୫ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଦୁର୍ନୀତି ଓ ଅପାରଗତା ପାଇଁ ଏହି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। 

Vigilance Raid Compulsory Retirement Additional SP Trinath Mishra
Advertisment
Advertisment