Advertisment

ବାତ୍ୟା ପାଇଁ ୧୯ ଜିଲ୍ଲାରେ ସ୍କୁଲ୍ ଛୁଟି

ଆଗରୁ ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାପାଳ ଛୁଟି ଘୋଷଣା କରାଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
School Teachers

School Teachers

ଭୁବନେଶ୍ୱର: ବାତ୍ୟା ଜୱାଦ ପାଇଁ କାଲି ୧୯ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ୪ ତାରିଖରେ ସ୍କୁଲ୍ ଛୁଟି ନେଇ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜ ପାଇଁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ପୂର୍ବରୁ ପରୀକ୍ଷା ସ୍ଥିର ହୋଇଥିଲେ ସୁରକ୍ଷିତ ବ୍ୟବସ୍ଥାରେ କରାଯାଇପାରେ ବୋଲି କୁହାଯାଇଛି।

Advertisment

ଆଗରୁ ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାପାଳ ଛୁଟି ଘୋଷଣା କରାଯାଇଥିଲା। ବାତ୍ୟା ଜଓ୍ବାଦ ପାଇଁ ବିପିୟୁଟି ପରିଚାଳିତ Ph.D ପ୍ରୋଗ୍ରାମ ଏଣ୍ଟ୍ରାନ୍ସ ଘୁଞ୍ଚାଯାଇଛି। ଆସନ୍ତା ୫ ରବିବାର ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ରବିବାରକୁ ଘୁଞ୍ଚାଯାଇଛି। ସେହିପରି ଶନିବାର ହେବାକୁ ଥିବା D.El.Ed (ପ୍ରଥମ ବର୍ଷ) ପରୀକ୍ଷାକୁ ଘୁଞ୍ଚାଯାଇଛି। ଶନିବାର ପରିବର୍ତ୍ତେ ଏହି ପରୀକ୍ଷା ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ ସୂଚନା ଦିଆଯାଇଛି। ୭, ୯ ତାରିଖରେ ହେବାକୁ ଥିବା ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇନି। 

ବାତ୍ୟା ଜୱାଦ ପାଇଁ ୫ ତାରିଖରେ ହେବାକୁ ଥିବା UGC-NET ଡିସେମ୍ବର ୨୦୨୦ ଓ UGC-NET ଜୁନ ୨୦୨୧ ପରୀକ୍ଷା ଘୁଞ୍ଚିଛି। ଡିସେମ୍ବର ୧୨ ତାରିଖରେ ଏହି ପରୀକ୍ଷା କରିବା ନେଇ NTA ପକ୍ଷରୁ ସୂଚନା ଦିଆଯାଇଛି। ୬ଟି ସହର(ଭୁବନେଶ୍ୱର, ଗୁଣୁପୁର, କଟକ, ବ୍ରହ୍ମପୁର, ପୁରୀ, ବିଶାଖାପାଟଣା) କେନ୍ଦ୍ରରେ UGC-NET ପରୀକ୍ଷା ଘୁଞ୍ଚିଛି।

Advertisment

ସେହିପରି ୭ଟି ସହରରେ ହେବାକୁ ଥିବା IIFTର ଏମ୍‌ବିଏ (IB) ୨୦୨୨-୨୪ ଏଣ୍ଟ୍ରାନ୍ସ ସ୍ଥଗିତ ରଖାଯାଇଛି। ଡିସେମ୍ବର ୫ରେ କଟକ, ସମ୍ବଲପୁର, ଭୁବନେଶ୍ୱର, ବିଜୟୱାଡା, ବିଶାଖାପାଟଣା, କୋଲକାତା, ଦୁର୍ଗାପୁରରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଛି। ସାନି ପରୀକ୍ଷା ତାରିଖ ପରେ ପ୍ରକାଶ କରାଯିବ ବୋଲି ପକ୍ଷରୁ ସୂଚନା ମିଳିଛି। 

Odisha Weather Cyclone Warning School
Advertisment
Advertisment