/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672383435.jpg)
dearness allowance
ନୂଆବର୍ଷ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର । ରାଜ୍ୟ ର ସମସ୍ତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର । ୪ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବୃଦ୍ଧିକୁ ମଂଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କ୍ରମେ ଉଭୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ତେବେ ୨୦୨୨ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା ।
ଏହାପୂର୍ବରୁ ଦଶହରାରେ ସମୟରେ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା । ସେ ସମୟରେ ୩% ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଥିଲା । ଆଉ ଏହାକୁ ଜାନୁଆରୀ ମାସରୁ ପିଛିଲା ଭାବରେ ଲାଗୁ କରାଯାଇଥିଲା ।
ଅଧିକ ପଢ଼ନ୍ତୁ: EPF ବାଲାନ୍ସ ଯାଞ୍ଚ କରୁଥିଲେ ଧ୍ୟାନ ଦିଅନ୍ତୁ; ନହେଲେ ଠକାମିର ଶିକାର ହୋଇପାରନ୍ତି
#ରାଜ୍ୟ_କର୍ମଚାରୀଙ୍କ_ମହଙ୍ଗା_ଭତ୍ତା_ବୃଦ୍ଧି
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର । ୪ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ । ଉଭୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ୨୦୨୨ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା#OTVpic.twitter.com/ngy1d67SUL— ଓଟିଭି (@otvkhabar) December 30, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)