/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679064635.jpg)
Electric vehicles
ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ଖବର । ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଆଡଭାନ୍ସ ଦେବେ ସରକାର । ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ନେଇ ଆଡଭାନ୍ସ ମିଳିବ ବୋଲି ସୂଚନା ମିଳିଛି । ଇଲେକ୍ଟ୍ରିକ୍ କାର ବା ଦୁଇ ଚକିଆ ଯାନ କିଣିବାକୁ ଆଡଭାନ୍ସ ଆକାରରେ ସରକାର ଟଙ୍କା ଦେବେ ବୋଲି କୁହାଯାଇଛି ।
ଦିଆଯାଇଥିବା ସୂଚନା ଅନୁସାରେ ଗ୍ରୁପ୍-ଏ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ ପାଇଁ ଆଡଭାନ୍ସ ମିଳିବ । ସେହିପରି ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ ଯାନ କିଣିବାକୁ ଅଗ୍ରୀମ ଟଙ୍କା ଦେବେ ସରକାର । ଗ୍ରୁପ୍-ଏର କର୍ମଚାରୀ ମାନେ କିଣିବାକୁ ଥିବା କାର୍ ଦାମ୍ର ୭୫% ଦେବେ ସରକାର ।
ଅର୍ଥାତ୍ ସର୍ବାଧିକ ୧୫ଲକ୍ଷ ଟଙ୍କା ଆଡଭାନ୍ସ ବାବଦକୁ କର୍ମଚାରୀମାନଙ୍କୁ ମିଳିବ । ଅନ୍ୟପଟେ ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ କିଣିବାକୁ ଆଡଭାନ୍ସ ଆକାରରେ ଗାଡି ମୂଲ୍ୟର ୭୫% ବା ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ଆଡଭାନ୍ସ ଦିଆଯିବ ବୋଲି କୁହାଯାଇଛି ।
ତାହାସହ ସରକାର ଦେଇଥିବା ଏହି ଟଙ୍କା ସର୍ବାଧିକ ୧୦୦ଟି ମାସିକିଆ କିସ୍ତିରେ ଦରମାରୁ ଭରଣା କରାଯିବ । ଇଭି ଆଡଭାନ୍ସ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଉଥିବାରୁ ବୈଦ୍ୟୁତିକ ଯାନର ଚାହିଦା ବଢ଼ିବାରେ ଲାଗିଛି । ବିଭିନ୍ନ କମ୍ପାନୀ ପକ୍ଷରୁ ବଜାରରେ ବୈଦ୍ୟୁତିକ ଯାନ ଉପଲବ୍ଧ ହେଲାଣି । ସାଧାରଣ ଲୋକମାନେ ବର୍ତ୍ତମାନ ବୈଦ୍ୟୁତିକ ଯାନ ପ୍ରତି ଆକୃଷ୍ଠ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)