Advertisment

ଫେକ୍ ସାର୍ଟିଫିକେଟ୍‌ ରାକେଟରେ ୟୁପି ବୋର୍ଡ କର୍ମଚାରୀଙ୍କ ହାତ !

ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ ଖୋଳତାଡ଼ କରିଥିଲା । ଏଠିକାର ଦଲାଲ ସହ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ଥିବା ଜଣାପଡ଼ଇଛି।

ଅଦ୍ୟତନ ହୋଇଛି
Odisha Fake Certificate Racket

fake certificate racket

Advertisment

ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ଜାଗାରେ ଫେକ୍ ସାର୍ଟିଫିକେଟ ଘଟଣା ଏବେ ନୂଆମୋଡ ନେଇଛି । କ୍ରାଇମବ୍ରାଞ୍ଚ ତଦନ୍ତ କାଳରେ ସାଂଘାତିକ ତଥ୍ୟ ମିଳିଥିବା ସୂଚନା ମିଳିଛି । ଫେକ୍ ସାର୍ଟିଫିକେଟ ରାକେଟରେ ୟୁପି ବୋର୍ଡ କର୍ମଚାରୀଙ୍କ ହାତ ରହିଥିବା ସୂଚନା ମିଳିଥିବାବେଳେ ତଦନ୍ତ କାଳରେ ସୁରାକ ପାଇ ଉତ୍ତର ପ୍ରଦେଶ ଯାଇଥିଲା କ୍ରାଇମବ୍ରାଞ୍ଚ ।

Advertisment

ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ ଖୋଳତାଡ଼ କରିଥିଲା । ଏଠିକାର ଦଲାଲ ସହ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ମଧ୍ୟ ରହିଥିଲା । ଉଭୟଙ୍କ ସଲାସୁତୁରାରେ ଫେକ୍ ସାର୍ଟିଫିକେଟ ରାକେଟ ଚାଲିଥିଲା । ଅଧିକ ତଦନ୍ତ ଓ ସଂପୃକ୍ତ କର୍ମଚାରୀଙ୍କୁ ଠାବ ପାଇଁ ପୁଣି ୟୁପି ଯିବ କ୍ରାଇମବ୍ରାଞ୍ଚ ।

ପୂର୍ବରୁ ରାଜ୍ୟରେ ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଥିବା କିଛି ସରକାରୀ କର୍ମଚାରୀ ଧରାପଡ଼ିଥିଲେ । ଡାକ ବିଭାଗରୁ ଶିକ୍ଷା ବିଭାଗ ଯାଏଁ ଲମ୍ବିଥିଲା ନକଲି ସାର୍ଟିଫିକେଟ୍ ଚେର । ରାଜ୍ୟବ୍ୟାପି କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲା ଡାକ ବିଭାଗ । ଏପରିକି ଶିକ୍ଷା ବିଭାଗରେ ବି ହୋଇଥିଲା ତନାଘନା ।

Advertisment

ଏସବୁ ଭିତରେ ବଲାଙ୍ଗିରସମ୍ବଲପୁର ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ଆଗକୁ ଆହୁରି ଦଲାଲଙ୍କ ସହ ସରକାରୀ କର୍ମଚାରୀଙ୍କ ଚେହେରା ପଦାକୁ ଆସିବ ବୋଲି କୁହାଯାଉଛି ।

Fake Certificate Fake Certificate Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ