Advertisment

ପାଖାପାଖି ୨୦ ହଜାର କୋଟିର ଅତିରିକ୍ତ ଚିଠା ବଜେଟ୍‌କୁ କ୍ୟାବିନେଟ ଅନୁମୋଦନ

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ଆଗାମୀ ତିନି ବର୍ଷ ୨ ହଜାର କୋଟି, ବିଜୁ ସେତୁ ଯୋଜନାରେ ୫ ହଜାର୧୮୨ କୋଟି ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆଗାମୀ ୫ ବର୍ଷରେ ୪୮୪ କୋଟି ଅନୁଦାନ ରଖାଯାଇଛି।

author-image
Chandan Shishu
Odisha Effects IAS Reshuffle

Lokseba Bhawan

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମ୍ୟ ଭିତ୍ତିଭୂମି ଉପରେ ରାଜ୍ୟ ସରକାରଙ୍କ ଫୋକସ। ଆଜି ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜଳସେଚନ, ରାସ୍ତା, ବ୍ରିଜ୍, ପିଇବା ପାଣି, କୃଷି ଉଦ୍ୟୋଗ  ଓ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ପାଖାପାଖି ୨୦ ହଜାର କୋଟି ଖର୍ଚ୍ଚ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

Advertisment

ସୁକତେଲ ନଦୀ ଉପରେ ଇନଷ୍ଟ୍ରିମ୍ ବ୍ୟାରେଜ୍ ପାଇଁ ୧୧୭ କୋଟି, ପାର୍ବତୀଗିରି ମେଗା ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟ ପାଇଁ ୧୦ ହଜାର ୭ ସହ ୫୯ କୋଟି, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ବାଲେଶ୍ୱର, ଗଜପତି ଓ କନ୍ଧମାଳ ଭଳି ୬ଟି ଜିଲ୍ଲାରେ ପ୍ରାୟ ୧୮ ଶହ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ଆଗାମୀ ତିନି ବର୍ଷ ୨ ହଜାର କୋଟି, ବିଜୁ ସେତୁ ଯୋଜନାରେ ୫ ହଜାର୧୮୨ କୋଟି ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆଗାମୀ ୫ ବର୍ଷରେ ୪୮୪ କୋଟି ଅନୁଦାନ ରଖାଯାଇଛି। ସେହିଭଳି ଶିଳ୍ପକ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲୁସନ ୨୦୧୫କୁ ସଂଶୋଧନ କରାଯାଇଛି।

Advertisment
Bhubaneswar Odisha Cabinet Lokseba Bhawan
Advertisment
Advertisment