Advertisment

'ସମ୍ପତ୍ତି ତାଲିକା ଦାଖଲ ନକଲେ ଦରମା ବନ୍ଦ'

୨୦୨୧ରେ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣାକୁ ବାଧ୍ୟତାମୂଳକ କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Odisha Agriculture Dept Diktat

Krishi Bhawan

ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଦାଖଲ କର । ନଚେତ ଫେବୃଆରୀର ଦରମା ବନ୍ଦ । ନିଜ କର୍ମଚାରୀଙ୍କୁ ସଫା ସଫା ଏପରି ଶୁଣାଇ ଦେଇଛି  ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ନିଜ ବାର୍ଷିକ ସମ୍ପତ୍ତି ତାଲିକା ପ୍ରତି ବର୍ଷ ଘୋଷଣା କରିବାକୁ ରାଜ୍ୟ ସରକାର କଡ଼ାକଡ଼ି ନିୟମ ଲାଗୁ କରିଥିବା ସତ୍ତ୍ୱେ ଏହାକୁ ଖାତିର କରୁ ନାହାନ୍ତି ସରକାରୀ କର୍ମଚାରୀ। ନିର୍ଦ୍ଧାରିତ ସମୟ ସୀମା ପରେ ବି ଦାଖଲ କରୁ ନାହାନ୍ତି ନିଜ ସମ୍ପତ୍ତି ତାଲିକା । ତେଣୁ ନିଜ କର୍ମଚାରୀଙ୍କୁ ନିୟମର ପାଠ ପଢ଼ାଇବାରୁ କଠୋର ହୋଇଛି  ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ।

Advertisment

ନିଜ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସୋମବାର ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜାରି କରିଛି ନିର୍ଦ୍ଦେଶନାମା । ଏଥିନିମନ୍ତେ ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ଡେଡ୍‌ଲାଇନ୍‌ ଦିଆଯାଇଛି। ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଘୋଷଣା ନ କରିବା ପର୍ଯ୍ୟନ୍ତ ଫେବୃଆରୀ ମାସର ଦରମା ମିଳିବନି ବୋଲି ବି କଡ଼ା ଚେତାବନୀ ଦିଆଯାଇଛି। ନିଜ ସମ୍ପତ୍ତିର ତାଲିକା ଘୋଷଣା କରିବା ପରେ ହିଁ ସେମାନେ ଦରମା ଉଠାଇ ପାରିବେ।ଏହାକୁ ନେଇ କୃଷି ବିଭାଗ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି।

ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ଘୋଷଣା ନିର୍ଦ୍ଦେଶ କେବଳ ପ୍ରହେଳିକାରେ ପରିଣତ ହୋଇ ରହି ଯାଇଛି। ୨୦୨୧ରେ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣାକୁ ବାଧ୍ୟତାମୂଳକ କରିଥିଲେ। ହେଲେ ଏହା କେବଳ ଫମ୍ପା ମାଠିଆର ଶବ୍ଦ ସଦୃଶ ହୋଇ ରହି ଯାଇଛି।

Advertisment
Salary
Advertisment
Advertisment