Advertisment

କଥା ଦେଇଥିଲେ କିନ୍ତୁ ରଖିପାରିଲେନି ! ଓଡ଼ିଆ ଯବାନଙ୍କ ପାଇଁ ଲୁହରେ ଭିଜୁଛି ଜନ୍ମମାଟି

ସେ ଦୀର୍ଘ ୧୫ ବର୍ଷ ହେବ ବାୟୁସେନାରେ କାର୍ଯ୍ୟରତ ଥିଲେ। ସେ ପରିବାରର ଏକମାତ୍ର ପୁଅ ଥିଲେ। l

author-image
Chandan Shishu
ଅଦ୍ୟତନ ହୋଇଛି
ଓଡ଼ିଆ ଯବାନ ସହିଦ

ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ ବାୟୁସେନାର Mi-17V5 ହେଲିକପ୍ଟରରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ସେନାର ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୧୪ ଜଣ ଥିଲେ। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ହେଲିକପ୍ଟରରେ ଥିଲେ ଜଣେ ଓଡ଼ିଆ ଯବାନ। ସେହି ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣାପ୍ରତାପ ଦାସ ସହିଦ ହୋଇଛନ୍ତି। ତାଙ୍କର ମୃତ୍ୟୁରେ କେବଳ ପରିବାର ନୁହେଁ, ସାରା ଦେଶ ଦୁଃଖ ପ୍ରକାଶ କରୁଛି। 

Advertisment

ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ଘର ତାଳଚେର। ସେ ଜୁନିଅର ଓ୍ବାରେଣ୍ଟ ଅଫିସର ଭାବେ କାର୍ଯ୍ୟଋତ ଥିଲେ।  ଦିନକ ତଳେ ସେ ତାଙ୍କ ପରିବାର ସହ କଥା ହୋଇଥିଲେ। କଥା ଦେଇଥିଲେ, 'ମୋ ଗାଁକୁ ଯିବି, ମୋ ଘରକୁ ଯିବି।'  କିନ୍ତୁ ଗତକାଲି ଫୋନ୍‌କୁ ଅପେକ୍ଷା କରି ରହିଥିଲେ ରାଣାପ୍ରତାପଙ୍କ ପତ୍ନୀ ଓ ଭଉଣୀ। ଫୋନ୍‌ ଆସିଲା ସତ କିନ୍ତୁ ଯାହାକୁ ଶୁଣି ସତେ ଯେପରି ପରିବାର ଉପରେ ବଜ୍ର ଖସିଥିଲା। ରାଣାଙ୍କ ମୃତ୍ୟୁ ଖବର ଦୁଃଖରେ ଶୁଣି ଭାଙ୍ଗି ପଡ଼ିଛନ୍ତି ପରିବାର। ବାପା ମାଙ୍କ ଏକମାତ୍ର ପୁଅ ଥିଲେ ରାଣାପ୍ରତାପ। ସେ ଜଣେ ମେଳାପୀ, ଭଦ୍ର ଓ ମେଧାବୀ ଥିଲେ। ପୁଅର ମୃତ୍ୟୁ ତାଙ୍କ ବାପା ମାଙ୍କୁ ଜଣାଯାଇନଥିଲା ବୋଲି ତାଙ୍କର ସମ୍ପର୍କୀୟ ଭାଇ କହିଛନ୍ତି। ରାଣାଙ୍କ ପୁତ୍ର ସନ୍ତାନ ଅଛି।  ତାଙ୍କର ମୃତ୍ୟୁ କଥା ବାପା ଓ ମାଆଙ୍କୁ ଜଣାଯାଇନାହିଁ। 

ରାଣାପ୍ରତାପଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭିଣୋଇ ସଂକଳ୍ପ ଦାସ ଟୁଇଟ କରି ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ସେ ଦୀର୍ଘ ୧୫ ବର୍ଷ ହେବ ବାୟୁସେନାରେ କାର୍ଯ୍ୟରତ ଥିଲେ। ସେ ପରିବାରର ଏକମାତ୍ର ପୁଅ ଥିଲେ। l ତାଙ୍କର ମୃତ୍ୟୁ ଖବର ଗତକାଲି ଜାଣିବାକୁ ପାଇଥିଲୁ। ସେହି ହେଲିକପ୍ଟରରେ ସେ ଥିଲେ ବୋଲି ଆମେ ଆଗରୁ ଜାଣିଥିଲୁ। ସେ ଏଥର ଆସିଲେ ବୁଲିବାକୁ ଯିବେ ବୋଲି ଆମକୁ କହିଥିଲେ। କିନ୍ତୁ ତାହା ହୋଇପାରିଲାନି। ତାଙ୍କର ମରଶରୀର ଆଜି ବିଳମ୍ବିତ ରାତିରେ ପହଞ୍ଚିପାରେ ବୋଲି ସେନା କର୍ତ୍ତୃପକ୍ଷ ଆମକୁ ଜଣାଇଛନ୍ତି। 

Advertisment
Odia Soldier CDS Bipin Rawat Helicaptor Crash
Advertisment
Advertisment