Advertisment

ହେଲିକପ୍ଟର କ୍ରାସ୍ ଘଟଣାରେ ଓଡ଼ିଆ ଯବାନ ସହିଦ

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିଲେ ଜଣେ ଓଡ଼ିଆ ଯବାନ ଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Helicaptor Crash

Helicaptor Crash

ଭୁବନେଶ୍ୱର: ତାମିଲନାଡୁ କୁନ୍ନୁରରେ କ୍ରାସ୍ ହୋଇଥିବା ବାୟୁସେନା ହେଲିକରରେ ଜଣେ ଓଡ଼ିଆ ଯବାନଙ୍କ ମୃତ୍ୟୁ ହୋଇଛି। ସହିଦ ଓଡ଼ିଆ ଯବାନଙ୍କ ନାଁ ରାଣା ପ୍ରତାପ ଦାସ, ତାଙ୍କ ଘର ତାଳଚେର। ସେ ଜୁନିଅର ଓ୍ବାରେଣ୍ଟ ଅଫିସର ଭାବେ କାର୍ଯ୍ୟଋତ ଥିଲେ। ରାଣାପ୍ରତାପଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭିଣୋଇ ସଂକଳ୍ପ ଦାସ ଟୁଇଟ କରି ସୂଚନା ଦେଇଛନ୍ତି। ଖବର ସରବରାହ ସଂସ୍ଥା ANI ମଧ୍ୟ ରାଣା ପ୍ରତାପ ଦାସଙ୍କ ମୃତ୍ୟୁ ନେଇ ଟୁଇଟ୍ କରିଛି।  

Advertisment

ତାଙ୍କର ମୃତ୍ୟୁ ନେଇ ତାଙ୍କର ଭିଣୋଇ କହିଛନ୍ତି ଯେ, ସେ ଦୀର୍ଘ ୧୫ ବର୍ଷ ହେବ ବାୟୁସେନାରେ କାର୍ଯ୍ୟରତ ଥିଲେ। ସେ ପରିବାରର ଏକମାତ୍ର ପୁଅ ଥିଲେ। l ତାଙ୍କର ମୃତ୍ୟୁ ଖବର ଗତକାଲି ଜାଣିବାକୁ ପାଇଥିଲୁ। ସେହି ହେଲିକପ୍ଟର ସେ ଥିଲେ ବୋଲି ଆମେ ଆଗରୁ ଜାଣିଥିଲୁ। ସେ ଏଥର ଆସିଲେ ବୁଲିବାକୁ ଯିବେ ବୋଲି ଆମକୁ କହିଥିଲେ। କିନ୍ତୁ ତାହା ହୋଇପାରିଲାନି। ତାଙ୍କର ମରଶରୀର ଆଜି ବିଳମ୍ବିତ ରାତିରେ ପହଞ୍ଚିବାରେ ବୋଲି ସେନା କର୍ତ୍ତୃପକ୍ଷ ଆମକୁ ଜଣାଇଛନ୍ତି। 

ଓଡ଼ିଆ ସହିଦ ଯବାନ ରାଣା ପ୍ରତାପ ଦାସଓଡ଼ିଆ ସହିଦ ଯବାନ ରାଣା ପ୍ରତାପ ଦାସ

ତାମିଲନାଡୁ କୁନ୍ନୁରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବାୟୁସେନାର Mi-17V5 ହେଲିକପ୍ଟରରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ସେନାର ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୧୪ ଜଣ ଥିଲେ। ଏଥିରେ ୪ ଜଣ ବାୟୁସେନା ଅଧିକାରୀ ଓ ୭ ଜଣ ସ୍ଥଳ ସେନା ଅଧିକାରୀ ଥିଲେ। ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଭଗବାନ ତାଙ୍କ ପରିବାରକୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି କାମନା କରି ଗଭୀର ସମବେଦନା ଜଣାଇଛନ୍ତି ବୈଜୟନ୍ତ।  

Advertisment
 ଭିଣୋଇ ସଂକଳ୍ପ ଦାସ ଟୁଇଟ କରି ସୂଚନା ଭିଣୋଇ ସଂକଳ୍ପ ଦାସ ଟୁଇଟ କରି ସୂଚନା ଦେଇଛନ୍ତି

ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇ ପଡିଛି ସାରା ଦେଶ। ଆସନ୍ତାକାଲି ହେବ ଜେନେରାଲ ବିପିନ ରାଓ୍ୱତଙ୍କ ଅନ୍ତିମ ସଂସ୍କାର। ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଆଜି ସଂଧ୍ୟା ସୁଦ୍ଧା ପ୍ରତିରକ୍ଷା ବିଭାଗର ଏକ ବିମାନରେ ଜେନେରାଲ ବିପିନ ରାଓ୍ୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ଅଣାଯିବ। ଆସନ୍ତାକାଲି ଜେନେରାଲ ବିପିନ ରାଓ୍ୱତଙ୍କ ବାସଭବନରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯିବ।

CDS Bipin Rawat Helicaptor Crash
Advertisment
Advertisment