Advertisment

ଓଡ଼ିଆ ପୁଅ ଅରୁଣ କରଙ୍କୁ 'ମହାତ୍ମା ଗାନ୍ଧି ସମ୍ମାନ'

ଅରୁଣ କର ନେଷ୍ଟ ଗ୍ରୁପ୍‌ର ସହ ପ୍ରତିଷ୍ଠାତା। ସେ ଜଣେ ଗିନିଜ୍ ଓ୍ୱାଲର୍ଡ ରେକର୍ଡଧାରୀ।

author-image
Chandan Shishu
ଅଦ୍ୟତନ ହୋଇଛି
Odia Entrepreneur Arun Kar honoured with

Odia Entrepreneur Arun Kar honoured with

ମହାତ୍ମା ଗାନ୍ଧିଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଟେନ୍ ସ୍ଥିତ ଓଡିଆ ଉଦ୍ୟୋଗୀ ତଥା ଅଭିଜ୍ଞ ସେନା ଅଧିକାରୀ ଅରୁଣ କର ଲଣ୍ଡନ ସ୍ଥିତ ବ୍ରିଟିଶ୍ ପାର୍ଲାମେଣ୍ଟର ହାଉସ ଅଫ୍ କମନ୍ସ୍ ଠାରେ ''ମହାତ୍ମା ଗାନ୍ଧି ସମ୍ମାନ’ରେ ସମ୍ନାନିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରିଟେନ୍ ପାର୍ଲାମେଣ୍ଟର ବରିଷ୍ଠ ସାଂସଦ, ଲର୍ଡସ୍ ଏବଂ ବ୍ୟବସାୟିକ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଅରୁଣ ଜଣେ ସଫଳ ଉଦ୍ୟୋଗୀ ଯିଏକି ନିଜର ଉଦ୍ୟୋଗୀ ଯାତ୍ରାରେ ନିଜର ଏକ ସ୍ଥାନ ସୃଷ୍ଟି କରିପାରିଛନ୍ତି। ସେ ଭାରତ ଏବଂ ବ୍ରିଟେନ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟକୁ ବୃଦ୍ଧିକରି ଅନେକ ଗୌରବ ମଧ୍ୟ ଆଣିଛନ୍ତି।  ଜଣେ ଭାରତୀୟ ଭାବେ ଅରୁଣ ଜାତିର ପିତାଙ୍କ ଜନ୍ମବାର୍ଷିକୀରେ ବ୍ରିଟିଶ୍ ପାର୍ଲାମେଣ୍ଟରେ ସମ୍ମାନିତ ଓ ପ୍ରଶଂସିତ ହୋଇଛନ୍ତି। ଯାହା ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ କରିବ।

Advertisment

ସୂଚନା ପ୍ରଯୁକ୍ତିବିଦ୍ୟା ଓ ପରିବେଶ ନିରନ୍ତରତା ଆଦି କ୍ଷେତ୍ରରେ ଅରୁଣଙ୍କ ପାରଦର୍ଶିତା ଅନନ୍ୟ। ନିଜ ସଫଳତାକୁ ନେଇ ଓଡିଆ ଉଦ୍ୟୋଗୀ ଅରୁଣ କର କହିଛନ୍ତି, ''ଜ୍ଞାନୀ ଲୋକମାନଙ୍କ ସହ ମିଶିବାର ସୁଯୋଗ ପାଇଥିବାରୁ ‘ମୁଁ ଭାଗ୍ୟବାନ୍, କାରଣ ଜ୍ଞାନୀ ଲୋକମାନେ ଆମକୁ ଅଧିକ ଜ୍ଞାନୀ କରିବା ସହ ନୂତନ ବିଷୟବସ୍ତୁ, ଚିନ୍ତାଧାରା ସଂସ୍କୃତି ଓ ଲୋକଙ୍କ ସହିତ ପରିଚିତ କରାଇଥାନ୍ତି। ସେ ତାଙ୍କର ସଫଳତାର ଶ୍ରେୟ ବାପା, ମାଆ ଓ ତାଙ୍କ ବ୍ୟବସାୟିକ ସହଯୋଗୀଙ୍କୁ ଦେଇଛନ୍ତି। 

ଅରୁଣ କର ନେଷ୍ଟ ଗ୍ରୁପ୍‌ର ସହ ପ୍ରତିଷ୍ଠାତା। ଅରୁଣ ଜଣେ ଗିନିଜ୍ ଓ୍ୱାଲର୍ଡ ରେକର୍ଡଧାରୀ ଏବଂ ଫର୍ଚୁନ୍ କଭର୍ ପୃଷ୍ଠାରେ ସ୍ଥାନ ପାଇ ’ନ୍ୟାସନାଲ୍ ବିଜନେସ୍ ଆଓ୍ୱାର୍ଡ’ରେ ସମ୍ମାନିତ ହୋଇଛନ୍ତି। ସେ ଆନ୍ତର୍ଜାତୀୟ ପତ୍ରିକା-ଏସିୟା ଓ୍ୱାନ ’ଗ୍ଲୋବାଲ୍ ଇଣ୍ଡିଆନ୍ ଅଫ୍ ଦି ଇୟର ଆଓ୍ୱାର୍ଡ ୨୦୨୧’ରେ ସମ୍ମାନିତ ହୋଇଥିଲା।ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଅରୁଣଙ୍କୁ ଟାଇମ୍ସ ଭିଜିୟନାରୀ ଲିଡର୍ସ ଭାବେ ଟାଇମ୍ସ ଅଫ୍ ଇଣ୍ଡିଆ ଦ୍ୱାରା ପୁରସ୍କୃତ ହୋଇଥିଲେ।

Advertisment

ନିକଟରେ ଉଦ୍ୟୋଗୀ ଅରୁଣ କରଙ୍କ ’ନୂତନ ଗ୍ଲୋବାଲ୍ ଓଡିଆ କନେକ୍ଟ’ ନାମକ ଏକ ଡିଜିଟାଲ ପ୍ଲାଟଫର୍ମ ନେଇଆସିଛନ୍ତି, ଯାହା ଓଡିଆ ସମ୍ପ୍ରଦାୟକୁ ଏକଜୁଟ୍ କରିବା ସହ ସାମାଜିକ ସ୍ତରରେ ସେମାନଙ୍କୁ ଗୋଟିଏ ଜାଗାକୁ ଆଣିବ। 

Mahatma Gandhi Samman Arun Kar Odia Youth
Advertisment
Advertisment