Advertisment

ଯୋଗ୍ୟ ହିତାଧିକାରୀଙ୍କ ରାସନ୍ କାର୍ଡରେ ନାହିଁ ନାଁ

ଦାରିଦ୍ରତାର ନଗ୍ନ ଚିତ୍ର । ଜଣେ ହ୍ୱିଲ୍ ଚେୟାରରେ ତ ଆଉ ଜଣେ ଦେଖିପାରୁନାହାନ୍ତି । ସରକାର ଦେଉଥିବା ଚାଉଳ ଗଣ୍ଡେ ହିଁ ଏମାନଙ୍କର ସାହା ଭରସା । ହେଲେ ସେତକରୁ ମଧ୍ୟ ବଞ୍ଚିତ ଏମାନେ ।

author-image
Pallipuspa Samal
Not in Ration Card of Eligible Beneficiary No

Not in Ration Card of Eligible Beneficiary No

ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ହଟକଟ ଗାଁର ସେବାର ଖମାରୀ ନିଜର ଭେଣ୍ଡିଆ ପୁଅ ଭୀଷ୍ଣକୁ ସାଙ୍ଗରେ ନେଇ ବାହାରିଛନ୍ତି ଚାଉଳ ଆଣିବାକୁ । ଘରର ଅନ୍ୟ ସଦସ୍ୟମାନେ ବାହାରକୁ ଯାଇଛନ୍ତି ଦାଦନ ଖଟି । ଆଉ ଏମାନଙ୍କୁ ଯେତିକି ସାହାଯ୍ୟ ମିଳୁଛି ସେତିକି ସମୁଦ୍ରକୁ ଶଙ୍ଖେ ଭଳି । ଏନେଇ ବାରମ୍ବାର ଅଭିଯୋଗ ପରେ କେହି ନ ଶୁଣିବାରୁ ବାଧ୍ୟ ହୋଇ ଦୁହେଁ ବାହାରିଛନ୍ତି ବିଡିଓଙ୍କ ନିକଟକୁ ଗୁହାରୀ କରିବାକୁ ।

Advertisment

ଦାରିଦ୍ରତାର ଏହା ହେଉଛି ନଗ୍ନ ଚିତ୍ର । ଜଣେ ହ୍ୱିଲ୍ ଚେୟାରରେ ତ ଆଉ ଜଣେ ଦେଖିପାରୁନାହାନ୍ତି । ଦୁହେଁ ବାହାରିଛନ୍ତି ୧୫ କିମି ବାଟ ଚାଲିବେ । ଏତକ ବାଟ ଚାଲି ଗଲେ କଟି ଥିବା ରାସନ କାର୍ଡରେ ନା ଆଉ ଥରେ ଯୋଡ଼ିବାକୁ ଅନୁରୋଧ କରିପାରିବେ । ସରକାର ଦେଉଥିବା ଚାଉଳ ଗଣ୍ଡେ ହିଁ ଏମାନଙ୍କର ସାହା ଭରସା ।

ଗରିବ ମାନଙ୍କ ପାଇଁ ଦିଆଯାଉଛି ଚାଉଳ । ଖାଦ୍ୟ ସୁରକ୍ଷାର ଆଇନ ଅନୁସାରେ କିନ୍ତୁ ଗରିବଙ୍କୁ ଚାଉଳ ନ ମିଳିଲେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । ହେଲେ ଆଇନକୁ ମାନୁଛି କିଏ ? ବଲାଙ୍ଗିର ଜିଲ୍ଲାରେ ଗରିବ ମାନଙ୍କର ଚାଉଳ ସବୁକୁ ଲୁଟ କରାଯାଉଛି । ଆଉ ଏଥିରେ ସରକାରୀ ଅଧିକାରୀଙ୍କ ସଂପୃକ୍ତ ଥିବା ଅଭିଯୋଗ ହେଉଛି ।

Advertisment

ନିୟମ ରହିଛି ରାସନ କାର୍ଡରେ ଯାହାର ନାଁ ରହିଛି ସେମାନଙ୍କୁ ପାଞ୍ଚ କିଲୋ ମାଗଣା ଚାଉଳ ଦିଆଯିବ । କିନ୍ତୁ ଏଠାରେ ଅଧାରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ରାସନ୍ କାର୍ଡରେ ନାଁ ହିଁ ନାହିଁ । ବାରମ୍ବାର ଲୋକେ ଏ ନେଇ ଅଭିଯୋଗ କଲେ ମଧ୍ୟ ଯୋଗାଣ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ।

Ration Card Holder In Trouble Bolangir
Advertisment
Advertisment