Advertisment

ଭୋଟ୍‌ ବିଭ୍ରାଟ: କାଲି ୪୫ ବୁଥ୍‌ରେ ସାନି ମତଦାନ

କୌଣସି ଜାଗାରେ କିଛି ଗଣ୍ଡଗୋଳ ହେବାର ଖବର ଆସିନି।

author-image
Chandan Shishu
ଅଦ୍ୟତନ ହୋଇଛି
Panchayat Election

Panchayat Election

ଭୁବନେଶ୍ୱର: ପଞ୍ଚାୟତ ଭୋଟର ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ୩୦ଟି ସ୍ଥାନରେ ବିଭିନ୍ନ କାରଣରୁ ବିଭ୍ରାଟ ହୋଇଥିଲା। ଏହି ସବୁ ବୁଥ୍‌ରେ ସାନି ମତଦାନ ହେବ। ଆସନ୍ତା ୨୫ ତାରିଖରେ ଏହି ସବୁ ବୁଥ୍‌ରେ ପୁଣି ଥରେ ଭୋଟ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ। 

Advertisment

ସେହିପରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଗଡବଡ୍ ହୋଇଥିବା ୪୫ଟି ବୁଥ୍‌ରେ ଆସନ୍ତାକାଲି ସାନି ମତଦାନ ହେବ। ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଅଧିକାଂଶ ସ୍ଥାନରେ ସୁରୁଖୁରୁରେ ଭୋଟ ଚାଲିଛି। କୌଣସି ଜାଗାରେ କିଛି ଗଣ୍ଡଗୋଳ ହେବାର ଖବର ଆସିନି।

ତେବେ ବାଲଟ ପେପର ତ୍ରୁଟି ଯୋଗୁଁ ଯାଜପୁର ଓ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ଭୋଟ ବାଧାପ୍ରାପ୍ତ ହୋଇଛି। କେନ୍ଦ୍ରାପଡ଼ାରେ ଗୋଟିଏ ଜାଗାରେ ସରପଞ୍ଚ ପଦବୀ ପାଇଁ ଭୋଟ ବନ୍ଦ ରହିଛି। ଯାଜପୁରରେ ଗୋଟିଏ ୱାର୍ଡମେମ୍ବର ପାଇଁ ମତଦାନ ସ୍ଥଗିତ ରହିଛି। ଏହି ସବୁ ସ୍ଥାନରେ ମଧ୍ୟ ସାନି ମତଦାନ ହେବ।

Advertisment

ଆଜି ସକାଳ ୭ରୁ ଆରମ୍ଭ ହୋଇଥିଲା ମତଦାନ। ବିଭିନ୍ନ ବୁଥ୍‌ରେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଲୋକେ ଅପେକ୍ଷା କରି ରହିଥିଲେ। ଆଜି ୨୭ ଜିଲ୍ଲାର ୬୪ ବ୍ଲକରେ ହୋଇଥିଲା ଭୋଟ୍। ଏହି ପର୍ଯ୍ୟାୟରେ ୧୬୩ଟି ଜିଲ୍ଲା ପରିଷଦ ଜୋନ୍, ୧ ହଜାର ୨୫୪ ପଞ୍ଚାୟତରେ ଚାଲିଛି ମତଦାନ ଏଥର ମୈଦାନରେ ଅଛନ୍ତି ୬୬୭ ଜିଲ୍ଲା ପରିଷଦ। 

Odisha Panchayat Polls Odisha Panchayat Elections
Advertisment
Advertisment