Advertisment

ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ କରିହେବ ଦର୍ଶନ

ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥାକୁ କୋହଳ କରିବା ନେଇ ଆଲୋଚନା ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Puri Shree Mandir

ପୁରୀ: ପୁରୀ ଶ୍ରୀମନ୍ଦିର ପାଇଁ ଆଉ ଟିକେ କୋହଳ ହେଲା କଟକଣା। ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ ଦର୍ଶନ କରିହେବ। ଫେବ୍ରୁଆରୀ ୨୧ ପରେ ବିନା ଟିକା ସାର୍ଟିଫିକେଟରେ ଶ୍ରୀମନ୍ଦିର ପ୍ରବେଶ। ଅଧିକାଂଶ ଲୋକ ଡବଲ ଡୋଜ୍ ନେଇସାରିଥିବାରୁ ନିଷ୍ପତ୍ତି ହୋଇଛି। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି। ଏବେ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ଦେଖେଇ ପ୍ରବେଶ କରିହେଉଥିଲା।

Advertisment

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଛତିଶାନିଯୋଗ ବୈଠକ ହୋଇଛି। ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ଚାଳିଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରୁଛନ୍ତି। ରାଷ୍ଟ୍ରପତି ପୁରୀ ଗସ୍ତ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ତେବେ ଏହି ଦର୍ଶନକୁ କିଭଳି ଶୃଙ୍ଖଳିତ କରାଯିବ। ସେନେଇ ବୈଠକରେ ଆଲୋଚନା ହେଉଛି।

ସେହିପରି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥାକୁ କୋହଳ କରିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ପୁରୀ ଜିଲ୍ଲାପାଳ, ଛତିଶା ନିଯୋଗର ପ୍ରତିନିଧି, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀନ୍ଦିର ପ୍ରଶାସନର ବିଭିନ୍ନ ଅଧିକାରୀ ଉପସ୍ଥିତ ଅଛନ୍ତି।

Advertisment

ସେହିପରି ମହାପ୍ରଭୁଙ୍କ ନୀତିକାନ୍ତି ବିଲମ୍ବକୁ ନେଇ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ଦ୍ୱାରଫିଟା ଓ ମଙ୍ଗଳାଆଳତୀ ନୀତି କେମିତି ଠିକ୍ ସମୟରେ ହେବ ଏନେଇ ଆସନ୍ତା ୨୫ ତାରିଖରେ ଆଲୋଚନା କରାଯିବ। 

Jagannath Temple Covid Guidelines
Advertisment
Advertisment