Advertisment

ଦୁର୍ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ! ସାମ୍ନାକୁ ଆସିଲା CCTV ଫୁଟେଜ୍‌

କେମିତି ହୋଇଥିଲା ବଲାଙ୍ଗିର ଆର୍‌ଟିଓ ଛକରେ ଦୁର୍ଘଟଣା ? ଜାଣିଶୁଣି କରାଯାଇଥିଲା କି ଦୁର୍ଘଟଣା ? କାରଣ ଘଟଣା ସମୟର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି।

author-image
Rajalaxmi Sahoo
Series Of Accident In Balangir

Series Of Accident In Balangir

କେମିତି ହୋଇଥିଲା ବଲାଙ୍ଗିର ଆର୍‌ଟିଓ ଛକରେ ଦୁର୍ଘଟଣା ? ଜାଣିଶୁଣି କରାଯାଇଥିଲା କି ଦୁର୍ଘଟଣା ?  ଦୁର୍ଘଟଣା ପଛରେ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର ? ହତ୍ୟା ପାଇଁ ଦୁର୍ଘଟଣା ରଚାଯାଇଥିଲା କି ? କାରଣ ଘଟଣା ସମୟର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି, ଦ୍ରୁତ ଗତିରେ ଏକ ଟ୍ରକ୍‌ ଆସି ବାଇକ୍ ଚାଳକଙ୍କ ଉପରେ ଚଢ଼ି ଯାଇଥିଲା। ଏହାପରେ ରାସ୍ତାକଡ଼ ଗଛରେ ପିଟି ହୋଇ ଆଉ ଏକ ଟ୍ରକ୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲା। 

Advertisment

ଘଟଣାସ୍ଥଳରେ ହିଁ  ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଆହତ ୨ ଜଣ ହତ୍ୟା ଅଭିଯୋଗ ଆଣିଥିଲେ।

Advertisment

ସୂଚନା ଅନୁସାରେ, ଗତକାଲି ଅପରାହ୍ଣରେ ଆର୍‌ଟିଓ ଛକରେ ସିରିଜ୍‌ ଦୁର୍ଘଟଣା ହୋଇଥିଲା। ଦ୍ରୁତ ଗତିରେ ଏକ ମିନି ଟ୍ରକ୍‌ ଆସି ବାଇକ୍‌ ଚାଳକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହାପରେ ରାସ୍ତାକଡ଼ ଗଛରେ ପିଟି ହୋଇ ଆଉ ଏକ ଟ୍ରକ୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବରଗଡ ଜିଲ୍ଲାର ଶ୍ରୀକାନ୍ତ ବାଗଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପ୍ୟାଲେସ ଲାଇନର ସାନୁ ନାଏକ ଓ  ଚିତ୍ତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି। 

ଆହତ ସାନୁଙ୍କ ବାପା ଜମି ବିବାଦରୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ, ଦୁର୍ଘଟଣା ଘଟାଇଥିବା ମିନି ଟ୍ରକ୍‌ର ନମ୍ବର ପ୍ଲେଟ୍ ଫେକ୍ ବୋଲି ସୂଚନା ମିଳିଛି । ଏଥିରେ କଳା ରଙ୍ଗ ବୋଳା ଯାଇଥିଲା। ତେଣୁ ଏହାକୁ ନେଇ ବି ସନ୍ଦେହ ଘନିଭୂତ ହେଉଛି । ଏସବୁ ନେଇ ପୋଲିସ୍ ମାମଲାରେ ଏବେ ଖୋଳତାଡ଼ ଆରମ୍ଭ କରିଛି। 

Road Accident Series Accident
Advertisment
Advertisment