Advertisment

ସ୍ୱାମୀ-ସ୍ତ୍ରୀ ଗୋଟିଏ ଘରେ ରହିଲେ ଖାଲି କଣ ସେକ୍ସ କରିବେ? : ତପସ୍ୱିନୀ

ବହୁଚର୍ଚ୍ଚିତ ବ୍ରହ୍ମପୁରର ତପସ୍ବିନୀ ବିବାଦ ମାମଲାରେ ଆଜି ପ୍ରତିକ୍ରିୟା ରଖି ଡାକ୍ତର ସୁମିତ ସାହୁ କହିଛନ୍ତି ଯେ- ସ୍ତ୍ରୀ ତପସ୍ୱିନୀ ତାଙ୍କୁ ସମ୍ପୂର୍ଣ୍ଣ ବରବାଦ୍ କରିଦେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Tapaswini-Sumit Marital Discord

Tapaswini-Sumit Marital Discord

ବ୍ରହ୍ମପୁର: ସୁମିତଙ୍କ ଅଡିଓ ପ୍ରତିକ୍ରିୟାକୁ ନେଇ ଜବାବ୍ ରଖିଛନ୍ତି ସ୍ତ୍ରୀ ତପସ୍ୱିନୀ। ଯଦି, ସେ ଅସୁସ୍ଥ ଥିଲେ ତେବେ ରୋଗୀଙ୍କ ଚିକିତ୍ସା କିପରି କରୁଥିଲେ ? ମାମଲାର ଶୁଣାଣି ଆସନ୍ତାକାଲି ଥିବା ବେଳେ ଆଜି କାହିଁକି ପ୍ରତିକ୍ରିୟା ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ। ସେ ସ୍ତ୍ରୀ ଧର୍ମ ପାଳନ କରିଛନ୍ତି, ହେଲେ ଗରିବ ଘର ଝିଅ ହୋଇଥିବାରୁ ତାଙ୍କ ସହ ଏଭଳି ବ୍ୟବହାର କରାଯାଉଛି। କୌଣସି ପରିସ୍ଥିତିରେ ମୁଁ ନରମିବିନି, ଲଢ଼େଇ ଜାରି ରଖିବି। ସେ ଶେଷ ଯାଏଁ ଲଢ଼େଇ କରି ସ୍ୱାମୀଙ୍କୁ ଫେରାଇ ଆଣିବେ ବୋଲି କହିଛନ୍ତି। 

Advertisment

୭ଦିନର ସମ୍ପର୍କ ଆଗକୁ ବଢନଥିବା ନେଇ ସୁମିତ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ଏହା ଉପରେ ତପସ୍ୱିନୀ କହିଛନ୍ତି- ସ୍ୱାମୀ-ସ୍ତ୍ରୀ ଗୋଟିଏ ଘରେ ରହିଲେ ଖାଲି କଣ ସେକ୍ସ କରିବେ? ସମ୍ପର୍କର ଅର୍ଥ କଣ ବୋଧହୁଏ ସୁମିତଙ୍କୁ ଜଣାନାହିଁ।  ମୋ ଲୁହର ମୂଲ୍ୟ କେତେ ମୁଁ ବୁଝିଛି। ସେ ମୋଠାରୁ ଖସିଯିବାକୁ ଚାହୁଁଛନ୍ତି, ମୁଁ ଲଢ଼ି ଲଢ଼ି ତାଙ୍କୁ ନେଇକି ଆସିବି। ଝିଅ ସରସ୍ୱତୀ ହୋଇପାରେ, କାଳୀ ବି ହୋଇପାରେ ତପସ୍ୱିନୀ କହିଛନ୍ତି। 

ବହୁଚର୍ଚ୍ଚିତ ବ୍ରହ୍ମପୁରର ତପସ୍ବିନୀ ବିବାଦ ମାମଲାରେ ଆଜି ପ୍ରତିକ୍ରିୟା ରଖି ଡାକ୍ତର ସୁମିତ ସାହୁ କହିଛନ୍ତି ଯେ- ସ୍ତ୍ରୀ ତପସ୍ୱିନୀ ତାଙ୍କୁ ସମ୍ପୂର୍ଣ୍ଣ ବରବାଦ୍ କରିଦେଇଛନ୍ତି। ଆଉ ଆଗକୁ ମଧ୍ୟ କରି ଚାଲିଛନ୍ତି। ଲୋକଙ୍କ ସିମ୍ପାଥି ଓ ପବ୍ଲିସିଟି ପାଇବା ପାଇଁ ସେ ଏପରି କରୁଛନ୍ତି। ତପସ୍ୱିନୀଙ୍କ ଯୋଗୁଁ ଯାହା ଅସୁବିଧା ଭୋଗିଛି ସେ ସବୁ ବିଷୟରେ କୋର୍ଟକୁ ଜଣାଇଥିବା ସୁମିତ କହିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ୭ ଦିନ ତାଙ୍କ ସହ ରହିଥିଲି। ହେଲେ ସମ୍ପର୍କ କିଛି ବି ବଢ଼ିନି। 

Advertisment

ତପସ୍ବିନୀଙ୍କ ପାଇଁ ମାନସିକ ଓ ଶାରିରୀକ ଭାବେ ସଂପୂର୍ଣ୍ଣ ଅସୁସ୍ଥ ହୋଇପଡ଼ିଛି। ତେଣୁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ସେ ଛୁଟିରେ ରହିଛନ୍ତି। ତଥାପି ଅସୁସ୍ଥ ଥାଇ ବି ସାଙ୍ଗସାଥିଙ୍କ ଜରିଆରେ ଭଡ଼ା ଘର ଖୋଜୁଛି। କେଉଁ ଆଡ଼େ ଯାଇନାହାନ୍ତି କି ଫେରାର ହୋଇନାହାନ୍ତି ବୋଲି କହିଛନ୍ତି ସୁମିତ।

ଗତ ସପ୍ତାହେ ଧରି ଆସିକା ବାଲିସିରା ଡାକ୍ତରଖାନାରୁ ଛୁଟିରେ ଅଛନ୍ତି ଡାକ୍ତର ସୁମିତ। ଏହାକୁ ନେଇ ଗତକାଲି ଶ୍ୱଶୁରଙ୍କୁ ଦାୟୀ କରିବା ସହ ସ୍ବାମୀଙ୍କୁ ଚାପରେ ରଖୁଥିବା କହିଥିଲେ ତପସ୍ୱିନୀ। ସେପଟେ ବନ୍ଦ ହୋଇଛି ଡାକ୍ତର ସୁମିତଙ୍କ ଦରମା। ଡାକ୍ତର ସୁମିତ ସାହୁଙ୍କ ଦରମା ବନ୍ଦ କରାଯାଇଥିବା ସୂଚନା ଦିଆଯାଇଛି।ଲଗାତାର ୧୦ ଦିନରୁ ଅଧିକ ଛୁଟିରେ ରହିଥିବାରୁ ଦରମା ବନ୍ଦ ହୋଇଥିବା ନେଇ ଗଞ୍ଜାମ ସିଡିଏମ୍ଓ ସୂଚନା ଦେଇଛନ୍ତି। 

Love Marriage Berhmapur Bride Tapaswini
Advertisment
Advertisment