Advertisment

ଶ୍ରୀମନ୍ଦିର ଐତିହ୍ୟ କରିଡରରେ ନିର୍ମାଣ ହେବ ଆଉ ଏକ ପ୍ରାଚୀର?

ଉତ୍କଳୀୟ କାରୁକାର୍ଯ୍ୟର ଝଲକ ଏହି ବ୍ୟାରିକେଡ୍‌ରେ ଦେଖିବାକୁ ମିଳିବ।

author-image
Chandan Shishu
ଅଦ୍ୟତନ ହୋଇଛି
New Barricade

New Barricade

ଶ୍ରୀମନ୍ଦିର ୭୫ ମିଟର କରିଡର ଭିତରେ ହେବ କି  ଆଉ ଏକ ପ୍ରାଚୀର? ଶ୍ରୀମନ୍ଦିର ଚାରିପଟେ ପ୍ରାଚୀରର ସଦୃଶ୍ୟ ଲାଗିବ କି ବ୍ୟାରିକେଡ୍ ? ଏନେଇ ଏବେ ଯୋଜନା ପ୍ରସ୍ତୁତ ହେଉଛି। ୭୫ ମିଟରକୁ ଦୁଇ ଭାଗରେ ବିଭକ୍ତ କରାଯିବ। ୫୫ ମିଟର ଓ ୨୦ ମିଟର। ଏହାକୁ ବିଭକ୍ତ କରିବାକୁ ଏକ ବ୍ୟାରିକେଡ୍ ସଦୃଶ ବାଡ଼ ଦିଆଯିବ। ଯାହାର ଉଚ୍ଚତା ୫ ଫୁଟ୍‌ରୁ ଅଧିକ ରହିଛି। ଉତ୍କଳୀୟ କାରୁକାର୍ଯ୍ୟର ଝଲକ ଏହି ବ୍ୟାରିକେଡ୍‌ରେ ଦେଖିବାକୁ ମିଳିବ। ଏନେଇ ନମୁନା ଆସି ପୁରୀରେ ପହଞ୍ଚିଛି।

Advertisment

ପ୍ରଥମ ୫୫ ମିଟରକୁ ବଫର୍ ଜୋନ୍ ଭାବେ ପ୍ରସ୍ତୁତ କରାଯିବ। ଏଥିରେ ଶୌଚାଳୟ, ସେଲଟର ପାଭିଲେୟନ୍, ମିନି କ୍ଲୋକ୍ ରୁମ୍, ସୂଚନା କିଓସ୍କୋ ପ୍ରଭୃତି ରହିବ। ବଳକା ୨୦ ମିଟରରେ ଇଲେକଟ୍ରିକ୍ ଗାଡ଼ି ସହ ଲୋକେ ଯାଆସ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ବ୍ୟାରିକେଡ୍ ଲାଗିବା ପରେ ପ୍ରତି ସାହିକୁ ଯାଆସ କରିବାକୁ ବାଟ ଛଡ଼ା ଯିବ। ତେବେ ଏହି ବାଡ଼କୁ ଏବେ ଯାଏଁ ସ୍ୱୀକୃତି ମିଳିନି, ଅନୁମତି ମିଳିବା ପରେ ଏହାକୁ କାର୍ଯ୍ୟକ୍ଷମ କରାଯିବ।

Heritage Corridor Shree Mandir
Advertisment
Advertisment