/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700735887.jpg)
Odisha Assembly
ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା । ସଡକ ଦୁର୍ଘଟଣାରେ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି ଓଡ଼ିଶା । ଏପରି ଏକ ତଥ୍ୟ ଆଜି ବିଧାନସଭାରେ ଉପସ୍ଥାପନା କରାଯାଇଛି । ରାଜ୍ୟରେ ସଡ଼କ ଦୁର୍ଘଟଣା ମାମଲା ବଢିଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୨୦୨୨ରେ ଦୁର୍ଘଟଣାରେ ୫ ହଜାର ୪୬୭ଜଣଙ୍କ ଜୀବନ ଯାଇଛି ।
Advertisment
ସେହିପରି ରାଜ୍ୟରେ ୧୧ ହଜାର ୬୬୩ଟି ଦୁର୍ଘଟଣା ହୋଇଥିବାବେଳେ ୧୦ ହଜାର ୧୦୩ଜଣ ଆହତ ହୋଇଛନ୍ତି । ଖାଲି ଏତିକି ଯେ ତାହାନୁହେଁ, ଗତ ୫ ବର୍ଷରେ ରାଜ୍ୟରେ ୫୪ ହଜାର, ୭୯୦ ସଡକ ଦୁର୍ଘଟଣା ହୋଇଛି ବୋଲି ଗୃହରେ ବିବୃତି ରଖିଛନ୍ତି ମନ୍ତ୍ରୀ ।
ଗତ ୫ ବର୍ଷରେ ୨୫ ହଜାର ୯୩୪ ଜଣଙ୍କ ଜୀବନ ଯାଇଛି । ୫୧ ହଜାର ୮୭୩ ଜଣ ଆହତ ହୋଇଛନ୍ତି । ରାଜ୍ୟ ସରକାର ସଡକ ସଚେତନତା ବାବଦରେ ୫ ବର୍ଷରେ ୭୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ମନ୍ତ୍ରୀ ଏବାବଦରେ ଲିଖିତ ଉତ୍ତର ରଖିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)