ଆମ ଦୁନିଆରେ ଏଭଳି ଅନେକ ସ୍ଥାନ ଅଛି ଯାହା ଭୟକୁ ନୂଆ ନାମ ଦିଏ କହିଲେ କିଛି ଭୁଲ୍ ହେବନାହିଁ । ଅନେକ ସ୍ଥାନର ରହସ୍ୟ ଆଜି ବି ଅଭେଦ ହୋଇ ରହିଛି । ସେହିଭଳି ଏକ ରହସ୍ୟମୟ ସ୍ଥାନ 'ପାଲମିରା ଆଇଲ୍ୟାଣ୍ଡ' । ଆମେରିକାରେ ଅବସ୍ଥିତ ଏହି ଦ୍ୱୀପର ଆକାର ବେଶ୍ ବିଚିତ୍ର । କୁହାଯାଏ ଏହା ସାମାନ୍ୟ ଦ୍ୱୀପ ପରି ନୁହେଁ ।ଏହି ଦ୍ୱୀପରେ ଜଣେ ହେଲେ ବି ବ୍ୟକ୍ତି ବସବାସ କରନ୍ତି ନାହିଁ । କାରଣ ଏହା ଏକ ଅଭିଶପ୍ତ ଦ୍ୱୀପ ବୋଲି ମାନ୍ୟତା ରହିଛି ।
Also Read
କୁହାଯାଏ ଯଦି ଭୁଲବଶତଃ କେହି ଏହି ଦ୍ୱୀପକୁ ଚାଲିଯାଆନ୍ତି, ତେବେ ତାଙ୍କର ଫେରିବା ପ୍ରାୟତଃ ଅସମ୍ଭବ । ଆଉ ଯେଉଁମାନେ ଜୀବନ ବଞ୍ଚାଇ ସେଠାରୁ ଫେରି ଆସିପାରିଛନ୍ତି, ସେମାନେ କୁହନ୍ତି ଯେ, ଏହି ଦ୍ୱୀପରେ ସେମାନେ ଆତ୍ମା ଭଳି ଶକ୍ତି ଅନୁଭବ କରିଛନ୍ତି । ସେମାନଙ୍କ ମତରେ କେହି ନ ରହୁଥିଲେ ମଧ୍ୟ ସେଠାରେ ଅନେକ ଭୟଙ୍କର ଓ ଆଶ୍ଚର୍ଯ୍ୟ କରି ଦେବା ଭଳି ଶବ୍ଦ ଶୁଣିବାକୁ ମିଳେ । ଲୋକମାନଙ୍କର ବିଶ୍ୱାସ ରହିଛି ଯେ, ଏହି ଦ୍ୱୀପରେ କିଛି ଖଜଣା ରହିଛି, ଯାହା ଉପରେ ଏହି ଆତ୍ମା ଗୁଡିକର କବଜା ରହିଛି ।
ଆଜି ପର୍ଯ୍ୟନ୍ତ ଅନେକ ଲୋକ ଏହି ଆଇଲ୍ୟାଣ୍ଡକୁ ଯାଇ ଗବେଷଣା କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ କୁହାଯାଏ ଆଇଲ୍ୟାଣ୍ଡକୁ ଯାଇଥିବା ଅନେକ ଲୋକ ବର୍ତ୍ତତ୍ମାନ ସୁଦ୍ଧା ମଧ୍ୟ ଫେରିପାରିନାହାନ୍ତି । ଆଉ ସେମାନଙ୍କର କୌଣସି ସନ୍ଧାନ ମଧ୍ୟ ମିଳିପାରିନାହିଁ । ଏହି ଆଇଲ୍ୟାଣ୍ଡ ନିକଟରେ କୌଣସି ଜାହାଜ ଅଟକିନଥାଏ । କାରଣ ଏଭଳି ଅନେକ ଘଟଣା ଘଟିଛି, ଯେତେବେଳେ ଏଠାରୁ ସମ୍ପୂର୍ଣ୍ଣ ଜାହାଜ ହି ଉଭାନ ହୋଇଯାଇଛି ।

ଏହି ସ୍ଥାନଟି ଏତେ ମାତ୍ରାରେ ଭୟଙ୍କର ଯେ, ଯେତେବେଳେ କୌଣସି ହେଲିକ୍ପଟର ଏହି ସ୍ଥାନ ଦେଇ ଯାଇଥାଏ, ସେତେବେଳେ ଲାଗେ ଯେପରି ଏଠାରେ ଅନେକ ଲୋକ ରହିଥାଆନ୍ତି । କିନ୍ତୁ ବାସ୍ତବରେ ସ୍ଥାନଟି ସମ୍ପୂର୍ଣ୍ଣ ଜନଶୂନ୍ୟ । କାରଣ ଏହି ଆଇଲ୍ୟାଣ୍ଡରେ ଅଜବ ଧରଣର ଆଲୋକ ସ୍ପଷ୍ଟ ଭାବେ ଦେଖିବାକୁ ମିଳେ । ତେବେ ଲୋକକଥା ରହିଛି ଯେ, ଏହି ଆଇଲ୍ୟାଣ୍ଡରେ ଜଣେ ବ୍ୟକ୍ତିର ଛାଇ ମଧ୍ୟ ଦୃଶ୍ୟମାନ ହୁଏ । ଯିଏ କି ଏଠାରେ ଗଚ୍ଛିତ ଖଜଣାର ସୁରକ୍ଷାରେ ରହିଥାଏ । ହେଲେ ସେ କିଏ, ସେ କଥା ବି ଆଜି ବି ରହସ୍ୟ ।
ତେବେ ଏହି ଆଇଲ୍ୟାଣ୍ଡଟି ସୁନ୍ଦର ଦେଖାଗଲେ ମଧ୍ୟ ଭୟଙ୍କର ମଧ୍ୟ ଲାଗେ । ଏହି ଆଇଲ୍ୟାଣ୍ଡରେ ଟ୍ରପିକାଲ୍ ଫରେଷ୍ଟ ଥିବା କାରଣରୁ ଏହା ସବୁବେଳେ ସବୁଜିମାରେ ଭରପୁର ଥାଏ । ତଥାପି ମଣିଷମାନଙ୍କ ରହିବା ଉପଯୋଗୀ ହୋଇପାରିନାହିଁ ଏହି ଦ୍ୱୀପ । କାରଣ ଏହି ଦ୍ୱୀପର ରହସ୍ୟ ସବୁବେଳେ ଭୟଭୀତ କରିଆସୁଛି । ତେବେ ଏହାର ସତ୍ୟତା କଣ ତାକୁ ନେଇ ଗବେଷଣା ଚାଲିଛି ସତ, ହେଲେ ଏଙଇ ଦ୍ୱୀପ ଆଜିବି ରହସ୍ୟ ଘେରରେ ରହିଛି…

OTV is now on Whatsapp
ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ
Join Now