Advertisment

ବାରିପଦା ଓ ବାଲେଶ୍ୱରରେ ପ୍ରଚଣ୍ଡ ଶବ୍ଦ, ଭୟରେ ଘର ବାହାରକୁ ପଳାଇ ଆସିଲେ ଲୋକେ...

ବାରିପଦା ଓ ବାଲେଶ୍ୱରରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ପ୍ରଚଣ୍ଡ ଶବ୍ଦ ଯୋଗୁ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ।

ଅଦ୍ୟତନ ହୋଇଛି
Mysterious Loud Sound Was Heard Across Baripada And Balaswar Districts

Mysterious loud sound was heard across Baripada and Balaswar districts

Advertisment

ବାରିପଦା ଓ ବାଲେଶ୍ୱର ରେ ଆଜି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ଆକାଶରେ କିଛି କ୍ଷଣ ପାଇଁ ପ୍ରଚଣ୍ଡ ଶବ୍ଦ ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଫଳରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ଶବ୍ଦର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରଚଣ୍ଡ ଶବ୍ଦରେ ଘରର କବାଟ, ଝରକା ଥରି ଉଠିଥିଲା। 

Advertisment

ସୂଚନାଥାଉ କି, ଗତବର୍ଷ ନଭେମ୍ବରରେ ଓଡ଼ିଶାର ୩ ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା।ଭଦ୍ରକଯାଜପୁର ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଥରେ ନୁହେଁ, ଦୁଇ ଦୁଇଥର ବୋମା ପଡ଼ିବା ଭଳି ଶବ୍ଦ ହେବା ପରେ, ଚାରିଆଡ଼େ ଆତଙ୍କ ଖେଳି ଯାଇଥିଲା। 

ଶବ୍ଦଟି ଏତେ ଶକ୍ତିଶାଳୀ ଥିଲା ଯେ ସେହି ସମୟରେ ଝରକା କବାଟ, ଆସବାବପତ୍ର ଓ ଘରର କାନ୍ଥ ଥରି ଉଠିଥିଲା। ଏହା ପୂର୍ବରୁ ୨୦୨୦ ନଭେମ୍ବର ୨୦ରେ ମଧ୍ୟ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଆତଙ୍କ ସୃଷ୍ଟି କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ