/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653364224.jpg)
Anubhav Mohanty releases new video targeting wife Varsha Priyadarshini, watch what he says
ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୋସିଆଲ୍ ମିଡିଆ ୱାର୍ ତେଜିବାରେ ଲାଗିଛି । ଅନୁଭବଙ୍କ ଭିଡିଓ ଆଉ ବର୍ଷାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ଥମିବାର ନାଁ ନେଉନି । ଏବେ ବର୍ଷାଙ୍କ ବିରୋଧରେ ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ।
ନିଜ ସୋସିଆଲ୍ ମିଡିଆରେ ପାର୍ଟ-୩ ଭାବେ ଏହାକୁ ଅପଲୋଡ୍ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ବିବାଦ ଅନୁଭବ ନୁହଁନ୍ତି ବର୍ଷା ପଦାକୁ ଆଣିଛନ୍ତି । ମର୍ଯ୍ୟଦାହାନୀ ନହେବା ପାଇଁ ସେ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲେ ହେଲେ ବର୍ଷା ଏହାକୁ କଟକ କୋର୍ଟକୁ ଆଣିଥିଲେ । ସେ ଯେତେ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବର୍ଷା ଏହାକୁ ସେତେ ଲୋକଙ୍କୁ ଜଣାଉଛନ୍ତି । ତାଙ୍କ ଉପରେ ବର୍ଷା ଲଗାଇଥିବା ସମସ୍ତ ଅଭିଯୋଗ ଖଣ୍ଡନ ବୋଲି ଅନୁଭବ କହିଛନ୍ତି । ଏହାପୂର୍ବରୁ ବି ଦୁଇଟି ଭିଡିଓ କରି ଅନୁଭବ ବର୍ଷାଙ୍କ ଉପରେ ବର୍ଷିଛନ୍ତି ।
ଦେଖନ୍ତୁ ଅନୁଭବଙ୍କ ନୂଆ ଭିଡିଓ :-
`
ପୁରୀ ଘାଟ ଥାନାରେ ବର୍ଷାଙ୍କ ଏତଲା ପରେ ଅନୁଭବ ମହାନ୍ତିଙ୍କ ଭିଡିଓ #AnubhavViralVideo#AnubhavBarsha#OTVpic.twitter.com/BpSnXOrdTP
— ଓଟିଭି (@otvkhabar) May 24, 2022
ତେବେ ଘଟଣାକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି । ତେବେ ଅନୁଭବଙ୍କ ତୃତୀୟ ଭିଡିଓ ନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)