Advertisment

ପୁଣି ଥାନାର ଦ୍ୱାରସ୍ଥ ହେଲେ ଅନୁଭବ, ଆଣିଲେ ଏମିତି ଅଭିଯୋଗ...

ପୁଣି ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ଏତଲା ପରେ ପୋଲିସ ମାମଲା ରୁଜୁ କରିଛି।

ଅଦ୍ୟତନ ହୋଇଛି
MP Anubhav Mohanty

MP Anubhav Mohanty lodges complaint at Purighat police station

Advertisment

ପୁଣି ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି। କଟକ ପୁରୀଘାଟ ଥାନାରେ ଅନୁଭବ ମହାନ୍ତି ଏତଲା ଦେଇଛନ୍ତି। ୨୦୨୦ର ଏକ ଘଟଣାକୁ ନେଇ ଅନୁଭବ ମହାନ୍ତି ଏହି ଏତଲା ଦେଇଛନ୍ତି। ଅନୁଭବଙ୍କ ଏତଲା ପରେ ପୋଲିସ ମାମଲା ରୁଜୁ କରିଛି। 

Advertisment

ମାନବାଧିକାର କର୍ମୀ ପରିଚୟ ଦେଇ କିଛି ମହିଳା ତାଙ୍କ ଘରକୁ ପଶିଥିଲେ। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଘରକୁ ଆସି ଦୁର୍ବ୍ୟବହାର କରିଥିବା ଅନୁଭବ ଅଭିଯୋଗ କରିଛନ୍ତି। ଏନେଇ ଅନୁଭବ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରି FIR କପି ଶେୟାର କରିଛନ୍ତି। 

ସୂଚନାଥାଉ କି, ନିକଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମନ୍ତବ୍ୟ ଉପରେ ଅନୁଭବ ପ୍ରତିକ୍ରିୟା ରଖିଥିଲେ । ରମାଦେବୀ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବର୍ଷା ତାଙ୍କ ପାରିବାରିକ ଜୀବନରେ ଆସିଥିବା ଝଡ଼ ସମ୍ପର୍କରେ ଅବତାରଣା କରିଥିଲେ । ସେ ପୀଡ଼ିତା ଓ ତାଙ୍କ ବିରୋଧରେ ଅପପ୍ରଚାର ହେଉଥିବା କହିଥିଲେ ।

Advertisment

ହେଲେ ବର୍ଷା ତାଙ୍କ ଭାଷଣରେ କୌଣସି ସ୍ଥାନରେ ଅନୁଭବଙ୍କ ନାଁ ଉଲ୍ଲେଖ କରିନଥିଲେ। କିନ୍ତୁ ସାଂସଦ ଅନୁଭବ ମହାନ୍ତି ଟ୍ୱିଟ୍ ଯୋଗେ ନିଜ ପ୍ରତିକ୍ରିୟା ରଖିଥିଲେ। ସେ ଲେଖିଥିଲେ, ଯଦି ଅପପ୍ରଚାର ହେଉଛି, ତେବେ ତାହା ବିରୋଧରେ ଆପଣ ନିହାତି ମୁହଁ ଖୋଲିବା ଦରକାର। 

MP Anubhav Mohanty Anubhav Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ