Advertisment

ପୁଅର ଜୀବନ ପାଇଁ ମାଆର ଆକୁଳ ନିବେଦନ

କୁନିପୁଅ ରାଜଭୀରର ଜୀବନ ବଂଚିବାକୁ ଦରକାର ୧୬ କୋଟି ଟଙ୍କାର ଇଂଜେକସନ। ହାତରେ ଅଛି ମାତ୍ର ୪ ମାସ ସମୟ। ୧୮ ମାସର ପୁଅ ରାଜବୀରର ଚିକିତ୍ସା ପାଇଁ ରାଜ୍ୟବାସୀଙ୍କୁ କୋହଭରା କଣ୍ଠରେ ନିବେଦନ କରିଛନ୍ତି ତାଙ୍କ ମାଆ।

author-image
Pallipuspa Samal
mother need help

mother need help

ପୁଅର ଜୀବନ ରକ୍ଷା ପାଇଁ ମା‌ଆର ଆକୁଳ ନିବେଦନ । ୧୮ ମାସର ପୁଅ ରାଜବୀରର ଚିକିତ୍ସା ପାଇଁ ରାଜ୍ୟବାସୀଙ୍କୁ କୋହଭରା କଣ୍ଠରେ ନିବେଦନ କରିଛନ୍ତି କନ୍ଧମାଳ ଆମ୍ବପଡ଼ାର ତମଲିକା ଦାସ । ସ୍ପାଇନାଲ ମସ୍କୁଲାର ଆଟ୍ରୋପି ଭଳି ଏକ ସାଂଘାତିକ ରୋଗରେ ପୀଡ଼ିତ ରାଜବୀର ରାଜବୀରଙ୍କୁ ବଞ୍ଚାଇବା ପାଇଁ ଏକ ଇଞ୍ଜେକସନର ଆବଶ୍ୟକତା ରହିଛି ଯାହାର ଦାମ ୧୬ କୋଟି ଟଙ୍କା ।

Advertisment

୪ ମାସ ମଧ୍ୟରେ ଇଞ୍ଜେକସନ ନ ଦେଲେ ରାଜବୀରଙ୍କ ଜୀବନ ପ୍ରତି ବିପଦ ରହିଛି ଦେଶର କୋଣ ଅନୁକୋଣରୁ ଆର୍ଥିକ ସାହାଯ୍ୟ ମିଳୁଥିଲେ ବି ୧୬ କୋଟି ଟଙ୍କା ଯୋଗାଡ ହେବା ଅସମ୍ଭବ ହୋଇପଡିଛି । ଆର୍ଥିକ ସାହାଯ୍ୟ ପାଇଁ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆବେଦନ କରିଥିଲେ ମଧ୍ୟ କୌଣସି ସହାୟତା ମିଳିନଥିବା ସେ ଅଭିଯୋଗ କରିଛନ୍ତି ।

ପୁଅର ଜୀବନ ରକ୍ଷା ପାଇଁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିବା ବେଳେ ପୋଲିସ ତାଙ୍କୁ ରାସ୍ତାରେ ଅଟକାଇଥିଲା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଛନ୍ତି ସରକାର ତାଙ୍କ ଦୁଃଖ ଶୁଣୁନଥିବାରୁ ସେ ରାଜ୍ୟ ସରକାରଙ୍କ ଉପରେ ବିଶ୍ୱାସ ହରାଇଥିବା କହିଛନ୍ତି । ପୁଅର ଜୀବନ ରକ୍ଷା ପାଇଁ ସାଧାରଣ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ଅନ୍ୟପଟେ ଏ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ...

Advertisment
Women Need Help
Advertisment
Advertisment