ଜନ୍ମମାଟିରେ ଜନସମୁଦ୍ର; ସହିଦ ଦେବାଶିଷଙ୍କ ପାଇଁ କାନ୍ଦବୋବାଳିରେ ଫାଟିପଡ଼ୁଛି ଖଣ୍ଡାୟତ ସାହି

ପଞ୍ଜାବର ୪ ସହିଦ କୁଲୱନ୍ତ ସିଂ, ହରକିଷନ ସିଂ, ସେବକ ସିଂ ଓ ମନଦୀପ ସିଂଙ୍କୁ ଶେଷ ଦର୍ଶନ କରୁଛନ୍ତି ହଜାର ହଜାର ଲୋକ । ପୂରା ପଞ୍ଜାବ ଏକପ୍ରକାର ଜନସମୁଦ୍ରରେ ପରିଣତ ହୋଇଛି ।

ଜନ୍ମମାଟିରେ ଜନସମୁଦ୍ର

ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିଛି ।  ପୁରୀ ଜିଲ୍ଲା ସତ୍ୟବାଦୀର ବୀର ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ସେପଟେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଅନ୍ୟ ୪ଜଣଙ୍କୁ ପଞ୍ଜାବରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି ।

ପଞ୍ଜାବର ୪ ସହିଦ କୁଲୱନ୍ତ ସିଂ, ହରକିଷନ ସିଂ, ସେବକ ସିଂ ଓ ମନଦୀପ ସିଂଙ୍କୁ ଶେଷ ଦର୍ଶନ କରୁଛନ୍ତି ହଜାର ହଜାର ଲୋକ । ପୂରା ପଞ୍ଜାବ ଏକପ୍ରକାର ଜନସମୁଦ୍ରରେ ପରିଣତ ହୋଇଛି । ୪ ସହିଦଙ୍କୁ ନିଜ ନିଜ ଜନ୍ମମାଟିରେ ଗାର୍ଡ ଅଫ୍ ଅନର ଦିଆଯାଉଛି । ସହିଦ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଛି ଗଗନ ପବନ ।

ଅଧିକ ପଢ଼ନ୍ତୁ: ଅଧାରେ ରହିଗଲା ଝିଅକୁ ଦେଖିବା, ଦେଶପାଇଁ ପାଇଁ ପ୍ରାଣବଳି ଦେଲେ ଓଡ଼ିଆ ପୁଅ

ପଞ୍ଜାବ ଜିଲ୍ଲା ମୋଗା ଅଞ୍ଚଳର କୁଲୱନ୍ତ ସିଂ, ଗୁରୁଦାସପୁରର ହରକିଷନ ସିଂ, ବଠିଣ୍ଡାର ସେବକ ସିଂ ଓ ଲୁଧିଆନାର ମନଦୀପ ସିଂ । ସହିଦ୍ ୪ ଜଣଙ୍କ ପରିବାରକୁ ପଞ୍ଜାବ ସରକାର ୧ କୋଟି ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ଓଡ଼ିଶା ସରକାର ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଯବାନ ସହିଦ୍ ହୋଇଥିଲେ। ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।