• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୋକାନରେ ମରାମତି ବେଳେ ଫାଟିଲା ମୋବାଇଲ ବ୍ୟାଟେରୀ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ମୋବାଇଲ ଦୋକାନୀ ସମେତ ଗ୍ରାହକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି ଏହି ଘଟଣା । ମୋବାଇଲ ରିପ୍ୟାରିଙ୍ଗ କରିବା ପାଇଁ ଅନନ୍ତପୁରର ଜଣେ ଗ୍ରାହକ କାମାକ୍ଷାନଗର କଲେଜ ରୋଡରେ ଥିବା କାଳିଆ ମୋବାଇଲ ଦୋକାନକୁ ଯାଇଥିଲେ ।

ସେଠାରେ ଦୋକାନୀ ମୋବାଇଲ ସଜାଡୁଥିବା ବେଳେ ବ୍ୟବହୃତ ପୁରୁଣା ବ୍ୟାଟେରୀଟି ହଠାତ ଫାଟି ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ ଛିଡା ହୋଇଥିବା ଜଣେ ନାବାଳକଙ୍କ ହାତରେ ଆଘାତ ଲାଗିଥିବା ବେଳେ ଦୋକାନୀଙ୍କ ସମେତ ଅନ୍ୟମାନେ ବର୍ତ୍ତି ଯାଇଛନ୍ତି ।