Advertisment

୫ ଦିନ ପରେ ଉଦ୍ଧାର ହେଲା ଅମ୍ରିତ୍‌, ଟ୍ୟୁସନ୍‌ ଯାଇ ନିଖୋଜ ଥିଲେ...

୫ ଦିନ ପୂର୍ବରୁ ଟ୍ୟୁସନ୍‌ ଯାଇ ଅମ୍ରିତ୍‌ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିପାରୁ ନଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Nayagarh Minor Boy Missing Case

Missing student Amrit from Nayagarh rescued

୫ ଦିନ ପରେ ଉଦ୍ଧାର ହେଲେ ନୟାଗଡ଼ ର ନିଖୋଜ ଛାତ୍ର ଅମ୍ରିତ୍‌। ଓଡ଼ଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳ ନିକଟରୁ ତାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଖୋଜିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇଥିଲା। ଶେଷରେ ତାଙ୍କୁ ଉଦ୍ଧାର କରାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେ ଭୟଭୀତ ଓ ଦୁର୍ବଳ ଥିବା ଜଣାପଡ଼ିଛି।

Advertisment

ସୂଚନାଥାଉ କି, ୫ ଦିନ ପୂର୍ବରୁ ଟ୍ୟୁସନ୍‌ ଯାଇ ଅମ୍ରିତ୍‌ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିପାରୁ ନଥିଲା। ନୟାଗଡ଼ ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗାଁର କାଳିଆ ପାତ୍ରଙ୍କ ପୁଅ ହେଉଛନ୍ତି ଅମ୍ରିତ୍‌। ସପ୍ତମ ଶ୍ରେଣୀରେ ପଢୁଥିବା ୧୨ ବର୍ଷର ଅମ୍ରିତ୍‌ ଗତ ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ୍‌ ଯାଇଥିଲେ। ସେବେଠୁ ସେ ନିଖୋଜ ଥିଲେ। ତାଙ୍କର କୌଣସି ପତ୍ତା ମିଳିପାରୁ ନଥିଲା। 

ଅଧିକ ପଢ଼ନ୍ତୁ: ଘରଠୁ ୫୦ ମିଟର ଦୂରରେ ଥିଲା ପୁଅ, ହଠାତ୍‌ ହୋଇଗଲା ଗାୟବ ! 

ଅମ୍ରିତ୍‌ଙ୍କୁ ଖୋଜିବା ପାଇଁ ପୋଲିସର ଦୁଇଟି ଟିମ୍ ଓ ଡଗ୍ ସ୍କ୍ୱାଡ୍‌ ମଧ୍ୟ ଗାଁକୁ ଆସି ତଦନ୍ତ କରିଥିଲେ। ଗାଁ ପୋଖରୀ ରାସ୍ତାର ଏକ ବାଉଁଶ ବୁଦା ମୂଳରୁ ଅମ୍ରିତ୍‌ଙ୍କ ସାଇକଲ ମିଳିଥିଲା। ଅମ୍ରିତ୍‌ ନିଖୋଜ ନେଇ ପରିବାର ଲୋକ ଅଭିଯୋଗ ଆଣିଥିଲେ ଯେ, ପୁଅକୁ ଅପହରଣ କରାଯାଇଛି। ଗାଁ ଲୋକେ ବି କହିଥିଲେ, ୪-୫ ଦିନ ହେଲାଣି ଗାଁ ମୁଣ୍ଡରେ ଏକ ଚାରି ଚକିଆ ଗାଡ଼ି ସନ୍ଦେହଜନକ ଅବସ୍ଥାରେ ରହୁଥିଲା।  ତେଣୁ ଅମ୍ରିତ୍‌ଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଇଥିଲା। 

Advertisment
Missing Case Student Missing Case
Advertisment
Advertisment