• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚାଷୀଙ୍କ ପେଟରେ ଲାତ । ବେଆଇନ ଭାବେ ମଣ୍ତି କିଣୁଛନ୍ତି ମିଲର୍ସ । ଅସାଧୁ ଉପାୟରେ ମିଲରେ ପଶୁଛି ଧାନ । ସବୁ ଜାଣି ଚୁପ ବସିଛି ଯୋଗାଣ ବିଭାଗ । ମିଲର୍ସ ବେପାରୀ ହେବେ ମାଲେମାଲ । ଚାଷୀ ହେବେ ହତାଶ ।

ଓଡ଼ିଶାର ଭାତହାଣ୍ତି ବରଗଡ଼ ଜିଲ୍ଲା । ଆସାଧୁ ଉପାୟରେ ମିଲରେ ପଶୁଛି ଧାନ । ୨୧ ତାରିଖରେ ମଣ୍ତି ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହା ପୂର୍ବରୁ ମିଲରସ ଓ ଦଲାଲଙ୍କ ଲୋଲୁପ ଦୃଷ୍ଟି ।

ବରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ମିଲରେ ରହିଛି ଏହାର ପ୍ରମାଣ । ମଣ୍ତି ଖୋଲିବା ପୂର୍ବରୁ ହିଁ ଅମଳ ଧାନକୁ କମ ଦରରେ କିଣି ନେଉଛନ୍ତି ବେପାରୀ ଓ ମିଲରସ । ଉଭୟଙ୍କ ମିଲିଭଗତରେ ଚାଲିଛି ଚାଷୀ ଶୋଷଣ ନୀତି ।

ପ୍ରଶ୍ନ, କଣ କରୁଛି ଜିଲ୍ଲା ଯୋଗାଣ ବିଭାଗ, କୁଆଡ଼େ ଗଲା ଏନଫୋର୍ସମେଣ୍ଟ ଟିମ, ଚାରି ଦିନ ପରେ ଖୋଲିବ ମଣ୍ତି.. କିନ୍ତୁ ସରିଛି ତ ମିଲର ଷ୍ଟକ ଯାଞ୍ଚ.. ଏପରି ଅନେକ ପ୍ରଶ୍ନ ପାଇଁ ଜିଲ୍ଲା ଯୋଗାଣ ବିଭାଗକୁ ନେଇ ସନ୍ଦେହ ବଢ଼ି ଚାଲିଛି ।

ଗୋଟେ ପଟେ ଚାଷୀ ନିଜ ଅମଳ ଧାନକୁ ନେଇ ମଣ୍ତିରେ ପଶୁଛି । ଅନ୍ୟପଟେ ଧାନକୁ କମ ଦରରେ ଦଲାଲ କିଣି ମାଲେମାଲ ହେଉଛି । ପ୍ରଶାସନର ମନମାନି ପାଇଁ ଏପରି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ମଣ୍ତି ଖୋଲିବା ପୂର୍ବରୁ ମିଲକୁ ଧାନ ଆସିବା ବେଆଇନ ବୋଲି କହୁଛି ଯୋଗାଣ ବିଭାଗ । କିନ୍ତୁ ବର୍ତ୍ତମାନ ବେଧଡ଼କ ଭାବେ ମିଲକୁ ଧାନ ଆସିବାରେ ଲାଗିଛି । ଶୋଇ ପଡ଼ିଛି କି ଯୋଗାଣ ବିଭାଗ । ଏପରି ଦାୟିତ୍ୱହୀନତାର କାରଣ କଣ .. ମିଲରସଙ୍କ ସହ ମଧୁଚନ୍ଦ୍ରିକା କି ଅନ୍ୟ କିଛି .. ଏପରି ଅନେକ ପ୍ରଶ୍ନ ସାଧାରଣ ମନରେ ଉଙ୍କି ମାରୁଛି ।

ମଣ୍ତି ଖୋଲିବା ଆଗରୁ ହିଁ ମିଲରସ ଷ୍ଟକ ରଖି ସାରିଲେଣି । ପୁଣି ମଣ୍ତି ଖୋଲିବା ପରେ ଚାଷୀଙ୍କ ସହ କଟନୀ ଛଟନୀ କରି ପୁଣି ମାଲେମାଲ ହେବେ ମିଲର୍ସ ।

ମଣ୍ତି ଖୋଲିବା ପୂର୍ବରୁ ବେଆଇନ ଭାବେ ଧାନ କିଣୁଥିବା ମିଲର୍ସଙ୍କ ପ୍ରତି କେବେ ଯୋଗାଣ ବିଭାଗର ଆଖି ପଡ଼ୁଛି, ତାହା ଦେଖିବାକୁ କେବଳ ବାକି ରହିଲା ।