/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701016881.jpg)
Rairangpur Medical
ଚକାଚକ୍ କୋଠା... ଚିକ୍ଚିକ୍ କାନ୍ଥ । ହେଲେ ସବୁ କିଛି ଭିତରେ ନାହିଁ କିଛି । ନାଁକୁ ମାତ୍ର 5T ମେଡିକାଲ । ହେଲେ ନାହାଁନ୍ତି ରୋଗୀ ଦେଖିବାକୁ ଡାକ୍ତର । ସରକାରଙ୍କ ରୂପାନ୍ତରିତ କାର୍ଯ୍ୟ ସତରେ କେତେ ସଫଳ ? ଏହି କଥାରୁ ଆପଣ ଅନୁମାନ କରିପାରୁଥିବେ । ବେଡ୍ ନାହିଁ... ତଳେ ଶୋଇଛନ୍ତି ରୋଗୀ । ଆଉ ରୋଗୀ ଦେଖିବାକୁ ନାହାନ୍ତି ବି ଡାକ୍ତର ।
ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର । ଆଉ ଇଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଥା । ଏଠାକାର ବହୁ ଲୋକ ଦରିଦ୍ର ସୀମାରେଖା ତଳେ ରହୁନ୍ତି । ଅଉ ଏହି ଚିକିତ୍ସାଳୟ ଉପରେ ୭ଟି ବ୍ଲକ୍ ଓ ରାଇରଙ୍ଗପୁର ପୌରପରିଷଦର ଲୋକ ନିର୍ଭର କରନ୍ତି । ଖାଲି ଏତିକି ଯେ, ତାହାନୁହେଁ ପୋଡଶୀ ରାଜ୍ୟ ଝାଡ଼ଖଣ୍ଡର ଲୋକେ ମଧ୍ୟ ଏଡାକୁ ଚିକିତ୍ସା ପାଇଁ ଆସନ୍ତି । ହେଲେ ଆଜି ବି ଏଠାରେ ବହୁ ଡାକ୍ତର ପଦ ଖାଲିପଡ଼ିଥିବାରୁ ଲୋକେ ଚିକିତ୍ସା ନ ପାଇ ନିରାଶ ହୋଇ ଫେରୁଛନ୍ତି ।
ଡାକ୍ତରଖାନାରେ ସର୍ଜରୀ, ଅନେସ୍ଥେସିଆ, ଅର୍ଥୋପେଡିକ, ପେଡିଆଟ୍ରିକ ଓ ଚର୍ମ ରୋଗ ବିଶେଷଜ୍ଞ, ନାହାଁନ୍ତି । ଯାହାଫଳରେ ଦେହ ଖରାପ ହେଲେ ଗରିବ ଶ୍ରଣୀର ଲୋକ କଟକକୁ ଯାଉଛନ୍ତି । ଅନ୍ୟପଟେ ରାଜ୍ୟ ସରକାର 5T ଯୋଜନାରେ ଏହି ମେଡିକାଲକୁ ଅନ୍ତର୍ଭୁକ୍ତ କରି କେବଳ ବହାବାହା ନେଉଛନ୍ତି । ହେଲେ ଏଠାରେ ସ୍ୱାସ୍ଥ୍ୟ ସେବାରେ ସେପରି କିଛି ଉନ୍ନତି ଆସିନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଏହାକୁ ନେଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଏଡିଏମ୍ଓ ରବୀନ୍ଦ୍ର ନାଥ ମରାଣ୍ଡି ପ୍ରତିକ୍ରିୟା ରଖିବାକୁ ସିଧା ସିଧା ମନାକରିଦେଇଛନ୍ତି ।
ତେବେ ଦେଖିବାକୁ ବାକି ରହିଲା କେବେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ନିଯୁକ୍ତି ପାଉଛନ୍ତି ଡାକ୍ତର । ଆଉ ସତସତିକା 5T ମେଡିକାଲଆରେ କେବେ ମିଳୁଛି ଉତ୍ତମ ସ୍ୱାସ୍ଥ୍ୟ ସେବା ।
ରାଇରଙ୍ଗପୁରରୁ ଯଶବନ୍ତ ବାରିକଙ୍କ ରିପୋର୍ଟ ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)