/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674442881.jpg)
tragic story
‘ସରକାର ମୋ ଛୋଟ ଝିଅଟିକୁ ନେଇଯାଅ... ତା’ର ଚିକିତ୍ସା କରିବ..ତାକୁ ବଡ଼ କରି ଭଲ ମଣିଷଟେ କରିବ । ଝିଅ କଥା ମୁଁ ଭଲରେ ବୁଝିପାରୁନି । କଅଁଳା ଛୁଆଟିକୁ ଛାଡ଼ି ତା ମାଆ ପର ପୁରୁଷ ସହ ଚାଲିଯାଇଛି ’। ଦିବ୍ୟାଙ୍ଗ ଝିଅକୁ ଲାଳନ ପାଳନ କରିବାକୁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ଗଜପତି ଜିଲ୍ଲା ମୋହନା ଅଂଚଳର ସତ୍ୟବାନ୍ ନାୟକ ।
ଜନ୍ମକଲା ମାଆ ପାଇଁ ଅଧା ବୟସରେ ବଡ଼ ହୋଇଗଲା ପ୍ରେମ । ହାତରେ ଖାଇ ଶିଖିନଥିବା କି ଭଲକି ଦୁନିଆ କ’ଣ ଜାଣିନଥିବା ଛୁଆକୁ ଛାଡ଼ି ପ୍ରେମିକ ସହ ଛୁ ମାରିଲା । ମମତାକୁ ତୁଚ୍ଛ କରି ପ୍ରେମିକକୁ ଆଦରି ନେଲା ମାଆ । ଏପଟେ ପତ୍ନୀ ଓ ଅଢେଇ ବର୍ଷର ଝିଅ ସହିତ ବୁଢୀ ମାଆକୁ ଭଲରେ ଟିକେ ପ୍ରତିପୋଷଣ କରିବାକୁ ବେଙ୍ଗାଲୁରୁ କାମ କରିବାକୁ ଯାଇଥିଲେ ସତ୍ୟବାନ୍ । ହେଲେ ସତ୍ୟବାନଙ୍କ ସବୁ ସ୍ୱପ୍ନ ଛାରଖାର୍ ହୋଇଗଲା ।
ଅଧିକ ପଢ଼ନ୍ତୁ: ହଜିଗଲା ମାନବିକତା, ଛୁଆକୁ ଜନ୍ମ କରି ରାସ୍ତାକଡ଼ରେ ଛାଡ଼ି ଚାଲିଗଲା ମାଆ
କାମରୁ ଫେରି ଜାଣିବାକୁ ପାଇଲେ ପତ୍ନୀ ସୁନିତା ଘର ଛାଡ଼ି କୁଆଡେ ଚାଲି ଯାଇଛନ୍ତି । ଗାଁକୁ ଫେରିବା ପରେ ଜାଣିଲେ ପତ୍ନୀ ଅନ୍ୟ ପୁରୁଷ ସହ ସଂସାର କରିବାକୁ ଚାଲିଗଲେ । ଏ ନେଇ ସତ୍ୟବାନ ଥାନାରେ ଅଭିଯୋଗ କଲେ, ହେଲେ କିଛି ହେଲାନି । ଏବେ ଅଢେଇ ବର୍ଷର ଝିଅର ଲାଳନ ପାଳନ କରିବା ଓ ବୁଢୀ ମାଆର ସେବା କିପରି କରିବେ, ସେ ନେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ।
ଝିଅର ଯତ୍ନ ନେବା ପାଇଁ ସରକାର ସ୍ୱତନ୍ତ୍ର ଭାବେ ଯୋଜନା ରହିଥିବା ବେଳେ ତୁରନ୍ତ ଶିଶୁକୁ ଉଦ୍ଧାର କରି ସହାୟତା ଯୋଗାଇବାକୁ ସାଧାରଣ ଲୋକେ ଦାବି କରିଛନ୍ତି । ଏ ନେଇ ସିଡିପିଓ କହିଛନ୍ତି, ସେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ଖୁବ୍ ଶୀଘ୍ର ଶିଶୁକୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)