• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଘ ଏବଂ ସିଂହ ଉଭୟ ଖୁବ୍‌ ହିଂସ୍ର । ସେମାନଙ୍କୁ ହିଂସ୍ର ପ୍ରଜାତିର ପଶୁ ବୋଲି କୁହାଯାଏ । ଉଭୟ ମାସାଂସି ପ୍ରାଣୀ । ତେବେ ବାଘ-ସିଂହ ମଧ୍ୟରେ କ’ଣ ଫରକ ଆପଣ ଜାଣନ୍ତି କି । ତେବେ ଆସନ୍ତୁ ଜାଣିବ ବାଘ ଏବଂ ସିଂହଙ୍କ ମଧ୍ୟରେ କ’ଣ ରହିଛି ତଫାତ୍ ।

Lion(Lion)

ସିଂହ:

ସିଂହକୁ ଜଙ୍ଗଲର ରାଜା କୁହାଯାଏ । ଆଉ ସିଂହକୁ ସହଜରେ ଚିହ୍ନି ହୋଇପାରେ । ସିଂହର ଗର୍ଜନ ଭାରି ଭୟଙ୍କର । ତାର ବେକରେ ଓ ମୁହଁରେ ପ୍ରଚୁର ରୁମ ଥାଏ । ସେମାନେ ଅସଲି କିସମର ହୋଇଥାନ୍ତି । ଏହାର ଲମ୍ବା ପ୍ରାୟ ୭ ଫୁଟ୍ ରହିଥାଏ । ସିଂହ ଏଭଳି ଜନ୍ତୁ ଯିଏ କି ମିଳିମିଶି ଆକ୍ରମଣ କରିବାକୁ ଭଲ ପାଆନ୍ତି । ଆଉ ଅଧିକାଂଶ ସମୟରେ ସିଂହ ମିଳିମିଶି ଆକ୍ରମଣ କରିଥାନ୍ତି ।

Tiger (Tiger)

ବାଘ:

କ୍ୟାଟ୍‌ ଫ୍ୟାମିଲିରେ ବାଘର ଶରୀର ସବୁଠାରୁ ବଡ଼ ହୋଇଥାଏ । ବାଘ ଶରୀରରେ ଥିବା କଳା ଦାଗ ଯୋଗୁଁ ତାକୁ ସହଜରେ ଚିହ୍ନି ହୋଇପାରେ । ସିଂହ ତୁଳନାରେ ବାଘ ଅଧିକ ଲମ୍ବା ଏବଂ ଅଧିକ ମୋଟା ବା ସୁସ୍ଥ ଦେଖାଯାଆନ୍ତି । ସିଂହ ଅପେକ୍ଷା ବାଘର ଓଜନ ମଧ୍ୟ ଖୁବ୍‌ ଅଧିକ ଥାଏ । ବାଘର ଗୋଡ଼ ମଜଭୁତ ହୋଇଥାଏ । ଖାଲି ସେତିକି ନୁହେଁ ସିଂହ ତୁଳନାରେ ବାଘର ଗୋଡ଼ ଖୁବ୍‌ ଆକ୍ଟିଭ୍‌ ଓ ଫୁର୍ତ୍ତି ରହିଥାଏ । ବାଘ ସବୁବେଳେ ଏକାକି ଶିକାର କରିବାକୁ ପସନ୍ଦ କରିଥାଏ ଏବଂ ସେ ପାଣିରେ ବି ପହଁରି ପାରେ।

OTV is now on Whatsapp

Join and get latest news update delivered to you via whatsapp

Join Now