Advertisment

ଗୋଟିଏ ସାଇକେଲ୍‌ରେ ଲଦାଲଦି ହୋଇ ସ୍କୁଲ୍ ଯାଉଛନ୍ତି ୯ ପିଲା

ଭାଇରାଲ୍‌ ହେଉଛି ଏକ ମଜାଦାର ଭିଡିଓ। ଗୋଟିଏ ସାଇକେଲ୍ରେ ୯ ଜଣ ପିଲା ଲଦାଲଦି ହୋଇଯାଉଛନ୍ତି। ଜଣେ ସାଇକେଲ କ୍ୟାରିୟର୍ରେ ବସିଥିବା ବେଳେ ଜଣେ କାନ୍ଧରେ ଓହଳିଛନ୍ତି, ଆଉ କେହି ସାଇକେଲ୍ ଆଗ ରଡ୍ରେ ତ ଆଉ କେହି ଆଗ ଚକରେ ବସିଥିବା ଦେଖାଯାଏ। ଦେଖନ୍ତୁ ଏହି ଭିଡିଓ…

ଅଦ୍ୟତନ ହୋଇଛି
Man carrying 9 kids on one cycle to school

Man carrying 9 kids on one cycle to school

Advertisment

ଗୋଟିଏ ପଟେ ଯେଉଁଠାରେ ଭାରତ ଏବଂ ଚୀନ୍ ସେମାନଙ୍କ ଜନସଂଖ୍ୟାକୁ ନେଇ ଚିନ୍ତିତ ଥିବାବେଳେ ଅନ୍ୟପଟେ ବିଶ୍ୱର ର ମୋଟ ଜନସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି। ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ବିଶ୍ୱର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଛି। ଜନସଂଖ୍ୟା ବୃଦ୍ଧିର ଅସୁବିଧା ପ୍ରାୟ ସମସ୍ତେ ଜାଣନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆ ରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଦେଖିଲେ ଆପଣ ଏହାର ପ୍ରମାଣ ପାଇଯିବେ। ଏଥିରେ ଜଣେ ବ୍ୟକ୍ତି ତାଙ୍କର ଅନେକ ପିଲାଙ୍କୁ ସାଇକେଲରେ ନେଉଥିବା ଦେଖାଯାଏ।

Advertisment

ଟ୍ୱିଟର ଆକାଉଣ୍ଟ @ JaikyYadav16 ରେ ଏହି ଭିଡିଓଟି ପୋଷ୍ଟ କରାଯାଇଛି। ଏହାକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। କ୍ୟାପ୍‌ସନ୍‌ରେ ହାସ୍ୟାତ୍ମକ ଭାବେ ଲେଖା ଅଛି- "ଆଜି ବିଶ୍ୱର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଛି। ଏହି ସଫଳତା ହାସଲ କରିବାରେ ଏହିପରି ମଣିଷମାନେ ବହୁତ ଅବଦାନ ରହିଛି।"

ଅଧିକ ପଢ଼ନ୍ତୁ: ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ, ଦେଖନ୍ତୁ ମଜାଦାର ଭିଡିଓ..

Advertisment

ଭାଇରାଲ୍ ଭିଡିଓ ରେ ଦେଖାଯାଏ ଯେ ଜଣେ ବ୍ୟକ୍ତି ସାଇକେଲ ଚଲାଉଛନ୍ତି ଏବଂ ତାଙ୍କ ଚାରିପାଖରେ ପ୍ରାୟ ୯ ଜଣ ପିଲା ଲଦାଲଦି ହୋଇଛନ୍ତି। ଜଣେ ସାଇକେଲ କ୍ୟାରିୟର୍‌ରେ ବସିଥିବା ବେଳେ କେହି ତାଙ୍କ କାନ୍ଧରେ ଓହଳିଛନ୍ତି, ଆଉ କେହି ସାଇକେଲ୍ ଆଗ ରଡ୍‌ରେ ତ ଆଉ କେହି ଆଗ ଚକରେ ବସିଥିବା ଦେଖାଯାଏ।

ଏହି ଦୃଶ୍ୟକୁ ଦେଖିଲେ ଲାଗୁଛି ଯେ ବ୍ୟକ୍ତି ଜଣକ ସେମାନଙ୍କୁ ସ୍କୁଲକୁ ଛାଡିବାକୁ ଯାଉଛନ୍ତି କିମ୍ବା ସ୍କୁଲରୁ ଘରକୁ ନେଉଛନ୍ତି। କାରଣ ସେମାନେ ସ୍କୁଲ୍ ୟୁନିଫର୍ମ ପିନ୍ଧିଥିବା ବେଳେ ହାତରେ ବ୍ୟାଗ ଧରିଛନ୍ତି। ସାଇକେଲ ଚଲାଉଥିବା ବ୍ୟକ୍ତି ସେମାନଙ୍କ ବାପା କି ନୁହେଁ ତାହା ଜଣା ନାହିଁ, କିନ୍ତୁ ଲୋକମାନେ ଏହା ଅନୁମାନ କରିଛନ୍ତି! ଏହି ଭିଡିଓର ବ୍ୟାକଗ୍ରାଉଣ୍ଡ୍‌ରେ ଦକ୍ଷିଣ ଭାରତୀୟ ଭାଷାରେ ଏକ ଗୀତ ଚାଲୁଥିବା ବେଳେ ପିଲା ଏବଂ ବ୍ୟକ୍ତିଙ୍କୁ ଦେଖିଲେ ଏହି ଭିଡିଓଟି କୌଣସି ଆଫ୍ରିକୀୟ ଦେଶରୁ ଆସିଛି ବୋଲି ଜଣାଯାଏ।

Advertisment

ଖବର ଲେଖାହେବା ବେଳକୁ ଏହି ଭିଡିଓ ୪୪ ହଜାରରୁ ଅଧିକ ଭ୍ୟୁ ପାଇସାରିଥିଲା। ଅନେକ ଲୋକ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ଦେଇଥିବା ଦେଖାଯାଏ। ଜଣେ କହିଛନ୍ତି, ସମସ୍ତେ ସେହି ବ୍ୟକ୍ତିଙ୍କ ପିଲା ବୋଲି ମାନେ ନାହିଁ। ଅନ୍ୟଜଣେ କହିଛନ୍ତି “ଦାରିଦ୍ର୍ୟ ସ୍ପଷ୍ଟ ଦେଖାଯାଉଛି, ହୋଇପାରେ ଗୋଟିଏ ସାଇକେଲ୍‌ରେ ମିଳିତ ପରିବାର। ଏମିତିରେ ଫଟୋରୁ ଆଫ୍ରିକୀୟ ଲାଗୁଛି ଏବଂ ଏଠାକାର ଦାରିଦ୍ର୍ୟ ସମସ୍ତଙ୍କୁ ଜଣା।”

Viral Video Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ