• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ ଓଡ଼ିଆଙ୍କର ଏକ ଢ଼ଗ ଅଛି, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ଯଦି ଆମେ କାହାର ମନ୍ଦ ଚିନ୍ତା କରିବା, ଭଗବାନ ଆମର ମନ୍ଦ ଚିନ୍ତା କରିବେ । ଆମେ କାହାର ଖରାପ ଚିନ୍ତା କରି କିଛି କ୍ଷତି ଘଟାଇ ପାରିବାନି, କିନ୍ତୁ ଭଗବାନ ଯଦି କୃପା ଦୃଷ୍ଟି ଛାଡ଼ି କୋପ ଦୃଷ୍ଟି ପକାନ୍ତି ମଣିଷ ପରେ ତେବେ ସ୍ଥିତି ଅସମ୍ଭାଳ ହେବ । ଭଗବାନଙ୍କ ଆକ୍ରୋଶରୁ କେହି ବର୍ତ୍ତିପାରିବେନି । ଏକଥା ଆମକୁ ପିଲାଟି ଦିନରୁ ବାପା -ମାଆ ତଥା ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ଶିଖାଇଛନ୍ତି ।ହିନ୍ଦିରେ ବି ଗୋଟିଏ କଥା ଅଛି, ଉପର ବାଲେ କି ଲାଠି ମେ ଆବାଜ୍ ନେହିଁ ହୋତା ।

ଠିକ୍‌ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଆପଣ ଏକ ଫନି ଭିଡିଓ ବି କହିପାରିବେ । ସେହି ଭିଡିଓ ଦେଖିଲେ ଆପଣ ଖୁବ୍‌ ହସିବେ ନିଶ୍ଚୟ କିନ୍ତୁ ଏଥିରେ ଯେଉଁ ବାର୍ତ୍ତା ରହିଛି ତାହା ମଧ୍ୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ।

ଭିଡିଓ ଦେଖିଲେ ଆପଣ ଜାଣିପାରିବେ, ଜଣେ ଯୁବତୀ ବାଇକ୍‌ ପଛରେ ବସି ଯାଉଛନ୍ତି । ଜଣେ ଯୁବକ ସେହି ବାଇକ୍ ଚଲାଉଛନ୍ତି । ସେହି ରାସ୍ତାରେ ଆଉ ଜଣେ ଯୁବତୀ ଏକ ସ୍କୁଟିରେ ଏକା ଯାଉଛନ୍ତି । ତେବେ ବାଇକ୍‌ରେ ବସିଥିବା ଯୁବତୀ, ସ୍କୁଟିରେ ଯାଉଥିବା ଯୁବତୀଙ୍କୁ ଗୋଇଠା ମାରି ପକାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଭଗବାନ ତାହା କରିବାକୁ ଦେଲେନି । ଯେଉଁ ଯୁବତୀ ଗୋଇଠା ମାରିବାକୁ ଗୋଡ଼ ଉଠାଇଥିଲେ, ସେ ନିଜେ ହିଁ ବାଇକ୍‌ରୁ ଖସି ପଡ଼ିଲେ । ଦୁଇ ଗଡ଼ା ମାରି ତଳେ ପଡ଼ିଲେ । ଭାଗ୍ୟ ଭଲ ଗାଡ଼ିଟି ଅଧିକ ସ୍ପିଡ୍‌ ନଥିଲା । ନଚେତ୍‌ ଯୁବତୀଙ୍କ ସେହି ଘଟଣାସ୍ଥଳରେ ହିଁ ପ୍ରାଣ ଚାଲିଯାଇଥାନ୍ତା । ଯୁବତୀଙ୍କ କାନ୍ଧରେ ଥିବା ବ୍ୟାଗ୍‌ ତାଙ୍କୁ ବଞ୍ଚାଇଦେଲା ।