• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଶଙ୍କାରେ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା । ଗତକାଲି ହୋଇପାରିନି ମଙ୍ଗନ ନୀତି । ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ମଙ୍ଗନ କାର୍ଯ୍ୟ ବନ୍ଦ ରହିଛି । ମଙ୍ଗନ ହୋଇନଥିବାରୁ ଶୀତଳଷଷ୍ଠୀ ବା ଶିବ ବିବାହ ସମ୍ପୂର୍ଣ୍ଣ ହେବା ଉପରେ ଏବେ ଆଶଙ୍କା ଦେଖାଦେଇଛି । ଏଣେ ପୂର୍ବ ଦାବି ପୂରଣ ହୋଇନଥିବାରୁ ଅସହଯୋଗ କରିଛନ୍ତି ଉଭୟ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ।

ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତାକୁ ଫେରିଯିବା ଏବଂ କପିଳନାଥ ଓ ପ୍ରଭୁ ଲିଂଗରାଜଙ୍କ ସେବାୟତଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ନହେବାରୁ ଅସହଯୋଗ କରିଛନ୍ତି ଉଭୟ ନିଯୋଗ । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।

ସେପଟେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର । ଆଜି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ । ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛିି ସମ୍ବଲପୁର ସହର । ଗତକାଲି ରାତିରେ ବିଭିନ୍ନ ଦେବାଦେବୀଙ୍କୁ ଗୁଆ ଦେଇ କରାଯାଇଛି ନିମନ୍ତ୍ରଣ । ଗୁରୁବାର ଦିନ ନନ୍ଦପଡ଼ା ପରେ ଗତକାଲି ଝାଡୁଆପଡ଼ା, ମୁଦିପଡ଼ା ଓ ଅନ୍ୟାନ୍ୟ ପଡ଼ା ମାନଙ୍କରେ ଦେବ ନିମନ୍ତ୍ରଣ ବା ହନୁମାନ ନିଉତା ଅନୁଷ୍ଠିତ ହୋଇଛି । ପ୍ରଭୁ ହନୁମାନ ସହରର ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଳାବାବା, ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ । ବାଜା, ବାଣ, ନାଚ ଗୀତ ସହ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ଯିବେ କନ୍ୟା ଘରକୁ । ସେଠାରେ ବିଧିମତେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହେବ ।