• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ବି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ଗତକାଲି ପରି ଆଜି ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲିର ମଙ୍ଗଳ ଆଳତି ଠାରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ କରାଯାଇଛି । ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ନୀତିକାନ୍ତି ବନ୍ଦ କରାଯାଇଥିବା ଜଣାପଡ଼ିଛି । ଗତକାଲି ଠାରୁ ଖାଡ଼ା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ ।

ସେବାୟତଙ୍କ ବିବାଦରୁ କାଲିଠୁ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଗତକାଲି ମଙ୍ଗଳ ଆଳତୀ ପରଠାରୁ ଆଉ ଠାକୁରଙ୍କର ନୀତିକାନ୍ତି ହୋଇନଥିଲା କି ଭୋଗ ମଧ୍ୟ ହୋଇନଥିଲା । ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଚାଲିଥିବା ଦୋକାନଘର ନିର୍ମାଣକୁ ବିରୋଧ କରି ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ।

ତେଣେ ପ୍ରଶାସନ ବି ନିଦାବିଷ୍ଣୁ ସାଜି ବସିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ । ସବୁ ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବାକୁ କେମିତି ହାଇକୋର୍ଟରୁ ଅନୁମତି ମିଳିଲା ବୋଲି ପ୍ରଶ୍ନ କରିଛନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ।

ପୂର୍ବରୁ ଏହାକୁ ଅନ୍ୟ ନିଯୋଗ ଚ୍ୟାଲେଂଜ କରିବା ଫଳରେ ଦୋକାନ ଘର ନିର୍ମାଣ କାମ ବନ୍ଦ ରହିଥିଲା । ହେଲେ ହାଇକୋର୍ଟରୁ କିଭଳି ପୁଣି କାମ ଚାଲୁ ପାଇଁ ବଡ଼ୁ ନିଯୋଗ ଅଦେଶ ପାଇଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ସେପଟେ ବାରମ୍ବାର ଲିଙ୍ଗରାଜଙ୍କ ନୀତି ବନ୍ଦ ନେଇ ଭକ୍ତ ମହଲରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।

  • Reported by:
  • ARACHANA SATPATHY