Advertisment

''ହେ ମହାବାହୁ.... ଏଭଳି ଅପକର୍ମ ପାଇଁ କ୍ଷମା କରିଦିଅ...''

ସୋସିଆଲ୍ ମିଡିଆରେ ଦୃଶ୍ୟ ଭାଇରାଲ୍ ପରେ ଜଳେଶ୍ୱରର ଟେଣ୍ଟ ହାଉସ ମାଲିକ ଗୌତମ ପ୍ରଧାନ, ତାଙ୍କ କର୍ମଚାରୀଙ୍କୁ ସାଙ୍ଗରେ ଧରି ସିଧା ପହଞ୍ଚିଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ।

author-image
Chandan Shishu
ଆରାଧ୍ୟଙ୍କୁ ଅପମାନ

ଆରାଧ୍ୟଙ୍କୁ ଅପମାନ

ଯାହାଙ୍କୁ ଦେଖିଲେ ଦଣ୍ଡବତ କରିବାକୁ ଦୁଇ ହାତ ଆପେ ଯୋଡ଼ି ହୋଇଯାଏ, ତାଙ୍କୁ ବାଉଁଶ ବୋଝେଇ ଗାଡ଼ି ପଛରେ ବାନ୍ଧିବାକୁ କେଉଁ ମଣିଷର ବା ହାତ ଗଲା! ମହାପ୍ରଭୁ ଜଗନ୍ନାଥଙ୍କୁ ଗାଡ଼ି ପଛରେ ବାନ୍ଧିକି ନେଲେ। ଦୃଶ୍ୟ ଜଗନ୍ନାଥପ୍ରେମୀଙ୍କୁ ଶକ୍ତ ଆଘାତ ଦେଲା ଭଳି। ଦୃଶ୍ୟ କୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କୁ ଅପମାନ କଲା ଭଳି। ଜଳେଶ୍ୱରର ସମାଜସେବୀ ବିନୟ ପ୍ରଧାନ ଭୁବନେଶ୍ୱରରୁ ଫେରୁଥିବାବେଳେ ହଳଦୀପଦା ନିକଟରେ ନିଜ କ୍ୟାମେରାରେ ଚିତ୍ର ଉତ୍ତୋଳନ କଲେ ଓ ଗାଡ଼ି ସ୍ପିଡ୍ ବଢ଼ାଇ ପିକଅପ୍ ଭ୍ୟାନର ପିଛାକରି ସେଥିରେ ଥିବା ଯୁବକଙ୍କୁ ଜଗନ୍ନାଥଙ୍କୁ ଏମିତି କାହିଁକି ବାନ୍ଧିଛ ବୋଲି ପ୍ରଶ୍ନ ବି କଲେ।

Advertisment

ତେବେ ଗାଡ଼ିରେ ଥିବା ଯୁବକ ଟେଣ୍ଟ ହାଉସ୍ କର୍ମଚାରୀ ବୋଲି ଜାଣିବା ପରେ ତୁରନ୍ତ ଠାକୁରଙ୍କୁ ଠିକ୍‌ରେ ଗାଡ଼ିରେ ରଖିବାକୁ ତାଗିଦ୍ କରିବା ସହ ଭିଡ଼ିଓଟିକୁ ଭାଇରାଲ୍ କରି ଦେଇଥିଲେ ବିନୟ। ଯାହା ନିଆଁ ଭଳି ସୋସିଆଲ୍ ମିଡିଆରେ ମାଡ଼ିଗଲା। ବିନୟ କହିଛନ୍ତି- ବାଲେଶ୍ୱରରୁ ଏତେବାଟ ଆସିବା ଭିତରେ କେମିତି କାହା ଆଖିରେ ଏ ଦୃଶ୍ୟ ପଡ଼ିଲାନି।

ତେଣେ ସୋସିଆଲ୍ ମିଡିଆରେ ଦୃଶ୍ୟ ଭାଇରାଲ୍ ପରେ ଜଳେଶ୍ୱରର ଟେଣ୍ଟ ହାଉସ ମାଲିକ ଗୌତମ ପ୍ରଧାନ, ତାଙ୍କ କର୍ମଚାରୀଙ୍କୁ ସାଙ୍ଗରେ ଧରି ସିଧା ପହଞ୍ଚିଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ। ଠାକୁରଙ୍କ ଆଗରେ କାନ ଧରି ଠିଆହେଲେ ଓ ପୂଜାର୍ଚ୍ଚନା ବି କଲେ। ଗଣମାଧ୍ୟମ ଆଗକୁ ଆସି କହିଲେ ଅଜାଣତରେ ଏଭଳି ଅପକର୍ମ ପାଇଁ ତାଙ୍କୁ କ୍ଷମା ମିଳୁ। ଜଳେଶ୍ୱରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅବମାନନା କଲା ପରି ଏ ଘଟଣା ଓଡ଼ିଶାବାସୀ, ଜଗନ୍ନାଥ ଭକ୍ତ ଓ ଜଗନ୍ନାଥ ସଂସ୍କୃତି ଗବେଷକ, ସମସ୍ତଙ୍କୁ ଆଘାତ ଦେଇଥିବାବେଳେ, ଆଗକୁ ଯେପରି ଏହାର ପୁନରାବୃତ୍ତି ନଘଟେ ସେଥିପ୍ରତି ସଜାଗ ହେବାକୁ କହିଛନ୍ତି।

Advertisment

ଜଳେଶ୍ୱରରୁ ଅଜିତ୍ ଦାସଙ୍କ ସହ ପୁରୀରୁ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ, ଓଟିଭି

Lord Jagannath Jay Jagannath
Advertisment
Advertisment