• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରକୃତିର ଗନ୍ତାଘର ରାୟଗଡ଼ା ଜିଲ୍ଲା । ପାହାଡ ଝରଣା, ଦେବ ପୀଠ ସବୁକିଛିର ସମ୍ଭାର ଏଠି ରହିଛି । ଆଧ୍ୟାତ୍ମିକ ଚେତନା ସହ ପ୍ରକୃତିକୁ ଉପଭୋଗ କରିବା ପାଇଁ ରାୟଗଡା ଜିଲ୍ଲା ବିଦେଶୀ ପର୍ଯ୍ୟଟକଙ୍କ ଏକ ନମ୍ବର ପସନ୍ଦ । ତେବେ ଜିଲ୍ଲାଟି ମାଓ ପ୍ରବଣ ଅଂଚଳ ହୋଇଥିବାବେଳେ ବିଦେଶୀଙ୍କ ପର୍ଯ୍ୟଟକଙ୍କ ସୁରକ୍ଷା ଏବେ ସବୁଠୁ ବଡ ପ୍ରଶ୍ନ ପାଲଟିଛି ।

ରାୟଗଡା ଜିଲ୍ଲା କୁ ଆସୁଛନ୍ତି ଶହ ଶହ ବିଦେଶୀ ପର୍ଯ୍ୟଟକ । ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପୀଠ, ଜଳପ୍ରପାତ, ନାଗାବଳୀ ନଦୀ ସହ ସାପ୍ତାହିକ ହାଟରେ ବୁଲି ମଜା ନେଉଛନ୍ତି ବିଦେଶୀ । ପାହାଡ ଚଢୁଛନ୍ତି, ମନ୍ଦିର ଦର୍ଶନ କରୁଛନ୍ତି ,ନଦୀରେ ଗାଧୋଉଛନ୍ତି ବିଦେଶୀ ପର୍ଯ୍ୟଟକ। ଇଆଡେ ହାଟରେ ବି ବୁଲୁଛନ୍ତି, କିଣାକିଣି କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଆସୁନାହାନ୍ତି ଦେଶୀ କି ବିଦେଶୀ ପର୍ଯ୍ୟଟକ! ମହକ ହରାଉଛି କି ରାଜ୍ୟ ପର୍ଯ୍ୟଟନ

ପ୍ରକୃତିକୁ ଖୁବ୍ ନିକଟରୁ ଅନୁଭବ କରିବାକୁ ଏଇମିତି, ଏଠାକୁ ସବୁବେଳେ ଛୁଟୁଛି ବିଦେଶୀ ପର୍ଯ୍ୟଟକଙ୍କ ସୁଅ । ରଷିଆ, ଇଟଲୀ, ସ୍ପେନ ଭଳି ଦେଶରୁ ବରାବର ଏହାସହ ଏଠାକାର ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ସଂସ୍କୃତିକୁ ବି ଜାଣିବାକୁ ଆଗ୍ରହ ଦେଖାଉଛନ୍ତି । ବିଦେଶୀ ପର୍ଯ୍ୟଟକଙ୍କ କହିବା କଥା, ପ୍ରକୃତିକୁ ଏତେ ପାଖରେ ଆଉ କେଉଁଠି ଦେଖି ହୁଏନାହିଁ ।

ରାୟଗଡା ଜିଲ୍ଲାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ପୂର୍ବପେକ୍ଷା ବଢିଥିବାବେଳେ ପୋଲିସ ପ୍ରଶାସନର ତତ୍ପରତା କିନ୍ତୁ ସେଭଳି ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ।  ବିଦେଶୀଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଉନଥିବା ସ୍ଥାନୀୟ ଲୋକେ କହିଛନ୍ତି । 

ଦେଖନ୍ତୁ ଭିଡିଓ | ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କୁ ହାତଠାରି ଡାକେ ପ୍ରକୃତିର ଉପହାର ଖଣ୍ଡାଧାର

ଗତ ମାସେ ତଳେ ରାୟଗଡାର ଏକ ହୋଟେଲରେ ୨ ରୁଷୀୟ ପର୍ଯ୍ୟକଙ୍କ ମୃତ୍ୟୁ ଘଟଣା ଏବେବି ମନରୁ ଲିଭିନଥିବାବେଳେ ପ୍ରଶାସନ ଏଦିଗ ପ୍ରତି ସତର୍କ ରହିବା ନେଇ ଦାବି ଉଠିଛି ।