/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699585742.jpg)
Lioness ‘Bini’ dies at Nandankanan Zoo in Bhubaneswar
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖିବୁଜିଲା ସିଂହୀ ବିନି ।୧୬ ବର୍ଷ ବୟସରେ ତାର ମୃତ୍ୟୁ ଘଟିଛି । ବୟସାଧିକ କାରଣରୁ ସିଂହୀ ବିନିର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା । ଗତ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲା । ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
Advertisment
୨୦୦୭ରେ ଜନ୍ମ ନେଇଥିବା ସିଂହୀ ବିନ୍ନି ଇସ୍ରାଏଲରୁ ନନ୍ଦନକାନନକୁ ଆସିଥିଲା । ୧୬ ବର୍ଷ ଧରି ତାର ଉପସ୍ଥିତି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲା ।ତେବେ ତାର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହଙ୍କ ସଂଖ୍ୟା ୨୧କୁ ହ୍ରାସ ପାଇଛି ।ନନ୍ଦନକାନନ ସିଂହ ସଫାରୀରେ ଏବେ ୧୨ଟି ଅଣ୍ଡିରା ଏବଂ ୯ଟି ସିଂହୀ ଅଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)