Advertisment

ପୋଲିସ୍‌-ଓକିଲ ଧସ୍ତାଧସ୍ତି: ଓକିଲଙ୍କ ଟେଣ୍ଟ ଉପାଡ଼ି ଫିଙ୍ଗି ଦେଲା ପୋଲିସ୍‌

ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା ଦେଖାଦେଇଛି। ଆନ୍ଦୋଳନରତ ଓକିଲ ଓ ପୋଲିସ୍‌ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lawyers Protest in Sambalpur

Lawyers clash with police while staging protest in Sambalpur

ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା ଦେଖାଦେଇଛି। ଆନ୍ଦୋଳନରତ ଓକିଲ ଓ ପୋଲିସ୍‌ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। କଚେରି ଛକରେ ଆନ୍ଦୋଳନ କରୁଥିବା ଓକିଲଙ୍କ ଟେଣ୍ଟ ଉପାଡ଼ି ପୋଲିସ୍‌ ଫିଙ୍ଗି ଦେଇଛି। 

Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ୍‌ର ଏହି ଆକ୍ସନ ମୋଡ୍‌ ଦେଖିବାକୁ ମିଳିଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ ଆନ୍ଦୋଳନ କରୁଥିବା ବେଳେ ଏହି ଉତ୍ତେଜନା ଦେଖାଦେଇଥିଲା।

ଅଧିକ ପଢ଼ନ୍ତୁ: ‘ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ କର’

ଓକିଲଙ୍କ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପ୍ରଥମେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ବାର୍‌ କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦର ଚେତାବନୀ ଦେଇଥିଲେ ମଧ୍ୟ ନଛୋଡ଼ବନ୍ଦା ଥିଲେ ଆନ୍ଦୋଳନରତ ଓକିଲ । ରାଜ୍ୟରେ ଚାଲିଥିବା ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କିଛିଦିନ ପୂର୍ବେ ବଡ଼ ରାୟ ଶୁଣାଇଛନ୍ତି । ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ୍‌ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶଦିଆଯାଇଥିଲା । ଏହାସହ ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇବାକୁ ପୋଲିସକୁ ନିର୍ଦ୍ଦେଶ ରହିଛି। 

Advertisment
Protests
Advertisment
Advertisment