Advertisment

ସେପଟେ ଚାଲିଥିଲା ମା’ର ଚିକିତ୍ସା, ଏପଟେ ଚାଲିଗଲା ପୁଅର ଜୀବନ

ହସ୍ପିଟାଲର ସ୍କାନିଂ ରୁମ୍‌ରେ ଫୁଟିଲା ଗୁଳି; ଚାଲିଗଲା ଓକିଲଙ୍କ ଜୀବନ

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Lawyer dies after his hidden gun goes off during MRI scan

Lawyer dies after his hidden gun goes off during MRI scan

ହସ୍ପିଟାଲର ସ୍କାନିଂ ରୁମ୍‌ରେ ଫୁଟିଲା ଗୁଳି । ଚାଲିଗଲା ଓକିଲଙ୍କ ଜୀବନ । ମା’ଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଓକିଲ ଜଣକ । ହେଲେ ବନ୍ଧୁକରୁ ଗୁଳି ଫୁଟି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ବର୍ତ୍ତମାନ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଏହି ମୃତ୍ୟୁର କାରଣ ଅନ୍ୟ କେହି ହୋଇନଥିବା ଜଣାପଡ଼ିଛି ।

Advertisment

ସୂଚନା ମୁତାବକ ଓକିଲ ଜଣକ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ଜାନୁଆରୀ ୧୬ ତାରିଖରେ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ସ୍କାନିଂର ଆବଶ୍ୟକ ଥିବା ଡାକ୍ତର ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ମା’ଙ୍କୁ ସ୍କାନିଂ ରୁମ୍‌କୁ ନିଆଯାଇଥିଲା । ସ୍କାନିଂ ରୁମ୍‌କୁ ନେବା ପୂର୍ବରୁ ସେଠାରେ ସମସ୍ତ ଧାତୁ ବା ଅଳଙ୍କାର ଗୁଡ଼ିକୁ ବାହାର କରିଦିଆଯାଇଥିଲା ।

ହେଲେ ଓକିଲଙ୍କ ଜଣକ ସ୍କାନିଂ ରୁମ୍‌ରେ ପ୍ରବେଶ କରିବା ବେଳେ ତାଙ୍କ ନିକଟରେ ଏକ ବନ୍ଧୁକ ରହିଯାଇଥିଲା । ସ୍କାନିଂ ରୁମ୍‌ଟି ଚୁମ୍ବକୀୟ କ୍ଷେତ୍ର ହୋଇଥିବାରୁ ସେଠାରେ ବନ୍ଧୁକଟି ଓକିଲଙ୍କ ପେଟରେ ଫୁଟିଯାଇଥିଲା । ଓକିଲଙ୍କ ଅସାବଧାନତା କାରଣରୁ ଏପରି ଘଟିଥିବା କୁହାଯାଉଛି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ଚିକିତ୍ସା କରାଯାଇଥିଲା । ହେଲେ ତାଙ୍କର ଗତ ୬ ତାରିଖରେ ମୃତ୍ୟୁ ହୋଇଛି ।

Advertisment

ଘଟଣାଟି ବ୍ରାଜିଲର ସାଓ ପାଉଲୋରେ ଥିବା ଲାବ୍ରୋଟେରୀରେ ଘଟିଛି । ସାଓ ଲୁଇଜ୍ ମୋର୍ମ୍ବି ହସ୍ପିଟାଲରେ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ପୋଲିସ ମଧ୍ୟ ତାର ତଦନ୍ତ ଆରମ୍ଭ କରିଛି । ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି କିପରି ଓକିଲଙ୍କ ମୃତ୍ୟୁ ହେଲା ତାର କାରଣ ପୋଲିସ ଖୋଜୁଛି ।

Brazil Viral News
Advertisment
Advertisment