• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୁଆଡ଼େ ଗଲେ ମୋ ବାବୁ... ଆସୁନାହାନ୍ତି କାହିଁକି... ମୋ ଖାଇବା କଥା ପଚାରୁନାହାନ୍ତି... କି ମତେ ଥରେ ମାକ୍ସ ବୋଲି ଡାକୁ ନାହାନ୍ତି । ଆଉ ସେ ନାହାନ୍ତି ବୋଲି ଏଠି ମତେ ଯେମତି କେହି ଆଦର କହୁନାହାନ୍ତି । ମୋ କଥା କେହି ବୁଝୁନାହାନ୍ତି । ମୋପାଇଁ ମୋ ବାବୁ ସବୁକିଛି... ଏମାନେ କେହିନୁହଁ ।

କେମିତି ଅବା ନଜାଣିବ ସେ । ସାଢ଼େ ତିନି ବର୍ଷ ହେଲା ସେ ପରା ଏଇଠି ଛୋଟରୁ ବଡ଼ ହୋଇଛି । ଆଉ ତା’ ବାବୁଙ୍କ କୋଳରେ କେତେ ଶୋଇଛି । ଆପଣ ଦେଖୁଥିବା ଏହି କୁକୁର ଆଉ କାହାର ନୁହେଁ ପୂର୍ବତନ ବାଚସ୍ପତି ତଥା ପୂର୍ବତନ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ କୁକୁର । ଯାହାକୁ ମହେଶ୍ୱର ଶ୍ରଦ୍ଧାରେ ମାକ୍ସ ବୋଲି ଡାକୁଥିଲେ । ସାଥିରେ ଧରି ତାକୁ ବଗିଚାରେ ବୁଲାଇ ନେଇଥିଲେ ।

ହେଲେ ସେ ମାତ୍ର ଯିବାର ଗୋଟିଏ ଦିନ ବିତିନାହିଁ । କୁକୁରର ଅବସ୍ଥା ଏପରି ନାଁ ଖାଉଛି ନା ତା ଚେହେରାରେ ରହିଛି ସେମତି ଚମକ । ବାସ୍‌ କେବଳ ବାବୁଙ୍କୁ ଝୁରି ହୋଇଛି ଚୁପ୍‌ ଚାପ କେତେବେଳେ ଶୋଇରହୁଛି । ତ ପୁଣି କେତେବେଳେ ଛିଡ଼ା ହେଉଛି ।

ଯେଉଁ ଘର ଦିନେ ଗହଳ ଚହଳ ଲାଗୁଥିଲା ଆଜି କାହିଁକି ତାକୁ ଭାରି ଫାଙ୍କା ଫାଙ୍କା ଲାଗୁଛି ସେ ଯେମିତି ଜାଣିପାରୁଛି । ତା ବାବୁ ତାକୁ ଯାଉଣୁ ଆସୁଣୁ ଭାରି ଗେଲ କରୁଥିଲେ, ବାବୁଙ୍କୁ ଦେଖି ସେ ଭାରି ଖୁସି ହୋଇପଡୁଥିଲା । ହେଲେ ଆଜି ତା ବାବୁଙ୍କୁ କାଇଁ ସେ ଦେଖୁନି । ବାବୁ କୁଆଡେ ବୋଧେ ଯାଇଛନ୍ତି ସେ କଥା ମନେ ମନେ ଭାବୁଛି ପୋଷା କୁକୁରଟି । ମାଲିକକୁ ଭାରି ଝୁରୁଛି । ଆଉ ଏସବୁର ମୁକ ସାଖୀ ପାଲଟିଛି ଯେମିତି ଏହି ତାର ଏହି ଦୁଇ ନୀରିହ ଆଖି । ତାର ଚୁପଚାପ୍‌ ଏହି ଚେହେରା ଯେମିତି ସବରୁ କିଛି ବଖାଣି ଦେଉଛି ।