Advertisment

ଓଡ଼ିଶା ଆସୁଛି ବିଜୁଙ୍କ ପ୍ରିୟ ଡାକୋଟା ବିମାନ

ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଏହି ବହୁ ଚର୍ଚ୍ଚିତ ବିମାନ।

author-image
Chandan Shishu
 Dakota aircraft leaves Kolkata airport

Dakota aircraft leaves Kolkata airport

କୋଲକାତା ବିମାନବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ଛାଡ଼ିଲା ବିଜୁ ବାବୁଙ୍କ ଡାକୋଟା ବିମାନ ବୋଝେଇ ଟ୍ରକ୍। ୩ଟି ଟ୍ରେଲରରେ ବୋଝେଇ ହୋଇ ଓଡ଼ିଶା ଆସୁଛି ଡାକୋଟା ବିମାନ। କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଏହା ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ଆସିବ। ୩ଟି ଟ୍ରେଲର ଏୟାରପୋର୍ଟ ଛାଡ଼ିସାରିଛି।

Advertisment

୩ଟି ଯାକ ଟ୍ରେଲରରେ ଡାକୋଟା ବିମାନର ସମସ୍ତ ଯନ୍ତ୍ରାଂଶ ବୋଝେଇ ହୋଇଛି। ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ତଥା ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଏହି ବହୁ ଚର୍ଚ୍ଚିତ ଡାକୋଟା ବିମାନ। ଡାକୋଟା ବିମାନକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରାଇ ଆଣିବାକୁ ଓଟିଭି ଦୀର୍ଘ ବର୍ଷ ହେଲା ଖବର ପ୍ରସାରଣ କରି ଆସୁଥିଲା। ବିଜୁଙ୍କ ଅତି ପ୍ରିୟ ଡାକୋଟ ବିମାନ ଭୁବନେଶ୍ୱର ଆସିବା ପରେ ଏହାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦରରେ ରଖାଯିବ।

Tall Man Dakota Biju Pattnaik
Advertisment
Advertisment