/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644231632.jpg)
Lata Mangeshkar
ଭୁବନେଶ୍ୱର: ଅଧୁରା ରହିଗଲା ଲତାଙ୍କର ଓଡ଼ିଆ ଭଜନ ଗାଇବା ସ୍ୱପ୍ନ। ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଉପରେ ଭଜନ ଗାଇବା ଲାଗି ଲତାଙ୍କୁ ଅନୁରୋଧ କରାଯାଇଥିଲା। ଏଥିଲାଗି ୮ଟି ଗୀତ ପ୍ରସ୍ତୁତ କରାଯାଇ ଲତାଙ୍କୁ ଶୁଣାଯାଇଥିଲା ହେଲେ ସେଥିମଧ୍ୟରୁ ଗୋଟିଏ ଭଜନ ଗାଇବାକୁ ପସନ୍ଦ କରିଥିଲେ ଲତା।
Advertisment
ଦେବୀତୋଷ ଆଚାର୍ଯ୍ୟଙ୍କ ସଂଗୀତ ନିର୍ଦ୍ଦେଶନାରେ ସେହି ଭଜନଟି ସେ ଗାଇଥାଆନ୍ତେ । ଏହି ଭଜନକୁ ରଚନା କରିଥିଲେ ଗୀତିକାର ମୋହିତ ଚକ୍ରବର୍ତ୍ତୀ । ଏହା ନିଜେ କହିଛନ୍ତି ମୋହିତ । ଗୀତଟି ଥିଲା ତୋ ସଂଧ୍ୟା ଦର୍ଶନ ଲାଗି ବଳିଛି ମନ, ରେ ଚକାନୟନ...।
ସେହି ସମୟରେ ଲତା ଅସୁସ୍ଥ ଥିବାରୁ ଭଜନଟି ଘରେ ରେକର୍ଡିଂ କରିବାକୁ ଲତାଙ୍କୁ ନିବେଦନ କରାଯାଇଥିଲା ହେଲେ ସେ ଷ୍ଟୁଡିଓ ଆସି ଗାଇବେ ବୋଲି କହିଥିଲେ। ତେବେ କୋଭିଡ୍ ପାଇଁ ଲକଡାଉନ୍ ହେବାରୁ ତାହା ଆଉ ସମ୍ଭବ ହୋଇପାରିନଥିଲା। ପୂର୍ବରୁ ଲତା ଓଡ଼ିଆ ଚଳଚ୍ଚିତ୍ରରେ ଦୁଇଟି ଗୀତ ସେଇ ଚୁନା ଚୁନା ତାରା ଫୁଲ ଓ ଆଜି ମୁଁ ଶ୍ରାବଣୀ ଗୀତ ଗାଇଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)