• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋରାପୁଟ କଫି ଭଳି କାଜୁର ବି ରହିଛି ସ୍ୱତନ୍ତ୍ର ଚାହିଦା । କାଜୁବାଦାମ ଚାଷ ପାଇଁ ଓଡିଶା ତୃତୀୟ ସ୍ଥାନରେ ରହିଛି । ତେବେ ଓଡିଶାରୁ ଉତ୍ପାଦିତ କଫି ମଧ୍ୟରୁ କୋରାପୁଟ କଫିର ସ୍ୱାଦ ନିଆରା, ହେଲେ କାଜୁର ଉତ୍ପାଦନ ଅନୁଯାୟୀ ଏହାର ବଜାର ବ୍ୟବସ୍ଥା ପାଇଁ ସେଭଳି ସୁବିଧା ନାହିଁ । ଏଣୁ ଏହାର ବଜାରୀକରଣ ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି ।

କୋରାପୁଟ ଅଞ୍ଚଳର ଜଳବାୟୁ ଓ ମାଟି କାଜୁ ଚାଷ ପାଇଁ ଅନୁକୂଳ ହୋଇଥିବାରୁ ଏଠି ଚାଷୀ କାଜୁ ଚାଷ ପ୍ରତି ଅଧିକ ମନ ବଳାଉଛନ୍ତି ।ଏପରିକି ବଜାରରେ ମଧ୍ୟ ଏହି କାଜୁର ଚାହିଦା ବଢୁଥିବାରୁ ଚାଷୀ ଏବେ ଅଧିକରୁ ଅଧିକ କାଜୁ ଚାଷ କରୁଛନ୍ତି । ଯେଉଁଠି ଆଖି ବୁଲାଇଲେ ସେଠି ଖାଲି କାଜୁ ହିଁ କାଜୁ । ଚାରିଆଡ଼େ କାଜୁ ବଗିଚା ।

କୋରାପୁଟ ବଜାରକୁ ଏବେ କଞ୍ଚା କାଜୁ ଅଧିକ ଆସୁଛି । ଏହି ଅଞ୍ଚଳର ଚାଷୀ କେଜି ପିଛା ପ୍ରାୟ ୪ ଶହରୁ ୫ ଶହ ଟଙ୍କାରେ କାଜୁ ବିକ୍ରି କରୁଛନ୍ତି । ଅନ୍ୟପଟେ ଏହି କାଜୁର ସ୍ୱାଦ ଏବଂ ଗୁଣବତ୍ତା ଉତ୍ତମ ରହୁଥିବାରୁ ଗ୍ରାହକଙ୍କ ଚାହିଦା ମଧ୍ୟ ବଢୁଛି । କୋରାପୁଟରୁ ଏହି କାଜୁ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଚେନ୍ନାଇ ଓ ଉତ୍ତରପ୍ରଦେଶକୁ ରପ୍ତାନୀ ହୋଇଥାଏ ।

ତେବେ ଏହି କାଜୁ ଚାଷ ଅଧିକରୁ ଅଧିକ କରିବା ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଓ ବଜାରୀକରଣ ବ୍ୟବସ୍ଥା ନଥିବାରୁ ଏଠାକାର ଚାଷୀ ଅଧିକ ଲାଭବାନ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଚଳିତବର୍ଷ ଏହାର ବ୍ୟବସ୍ଥା କରାଯିବା ନେଇ ଓରମାସ ପକ୍ଷରୁ କୁହାଯାଇଛି ।