• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଅଳଙ୍କାର ପ୍ରତି ସାଧାରଣତଃ ମହିଳା ମାନଙ୍କ ଦୁର୍ବଳତା ରହିଥାଏ । ସୁନା, ରୁପା ଓ ହୀରା ପ୍ରତି ବେଶ ଆଗ୍ରହୀ ରହିଥାଆନ୍ତି ମହିଳା ମାନେ। ଅଧିକାଂଶ ମହିଳା ସୁନାକୁ ବେଶ ପସନ୍ଦ କରୁଥିବା ବେଳେ ହୀରାକୁ ମଧ୍ୟ ବହୁତ ମହିଳା ପସନ୍ଦ କରିଥାଆନ୍ତି ।

ସୁନାର ଦର, ସୁନାର ବ୍ୟବହାର ଓ ସୁନାରେ ତିଆରି ଅଳଙ୍କାର ବିଷୟରେ ପ୍ରାୟ ସମସ୍ତେ ଜାଣିଥାଆନ୍ତି । ହେଲେ ହୀରା ବିଷୟରେ ଆପଣ କେତେ ଜାଣିଛନ୍ତି ?

ହୀରାକୁ ଖଣିରୁ ଆଣିବା ପରେ ତାକୁ ଅଳଙ୍କାରର ରୂପ କିପରି ଦିଆଯାଏ ? ସୁନ୍ଦର ସୁନ୍ଦର ଡିଜାଇନର ହାର ପରି ଅନେକ ଅଳଙ୍କାର କିପରି ପ୍ରସ୍ତୁତ କରାଯାଏ ?

ଆସନ୍ତୁ ଜାଣିବା...

ପ୍ରାକୃତିକ ହୀରା ବହୁ ଶକ୍ତିଶାଳୀ ହୋଇଥାଏ । ଯାହାର ନିର୍ମାଣ ଶୁଦ୍ଧ କାର୍ବନ ଦ୍ୱାରା କରାଯାଇଥାଏ । ଯଦି ଏହାକୁ ନିଆଁରେ ଜଳାଇ ଦିଆଯାଏ ତେବେ ଏହା କାର୍ବନ ଡାଇଅକ୍ସାଇଡରେ ପରିଣତ ହୋଇଯାଇଥାଏ ।

ଅଧିକ ପଢ଼ନ୍ତୁ: ହୀରାର ବେଳାଭୂମି ନା ସ୍ୱର୍ଗପୁର !

ଲ୍ୟାବରେ କିପରି ପ୍ରସ୍ତୁତ ହୁଏ ହୀରା ?

ଲ୍ୟାବରେ ନିର୍ମାଣ କରାଯାଉଥିବା ହୀରା ଦେଖିବାକୁ ବିଲକୁଲ ଅସଲି ହୀରା ପରି । ଯେବେ କାର୍ବନର କିଛି ଅଣୁ ସହ ଏହାକୁ ଯୋଡ଼ା ଯାଏ ତାହା ପୁଣି ହୀରାରେ ପରିଣତ ହୋଇଯାଏ । ହୀରାକୁ ପ୍ରସ୍ତୁତ କରିବାକୁ ଉଚ୍ଚ ତାପମାନର ଆବଶ୍ୟକ ରହିଥାଏ । ଆପଣ ଜାଣନ୍ତି କି, କୋଇଲା ଯେମିତି ହୀରାରେ ବଦଳି ଯାଏ କିମ୍ବା କୋଇଲାକୁ ହୀରାରେ ପରିଣତ କରାଯାଇଥାଏ ଠିକ୍ ସେହିପରି ଅଳଙ୍କାରରେ ହୀରାକୁ ପରିଣତ କରାଯାଏ । ବାସ୍ତବରେ ହୀରା ହେଉଛି କାର୍ବନ ଡାଇଅକ୍ସାଇଡର ଏକ ଅଣୁ । ଯାହା ଏକତ୍ର ସଂଯୁକ୍ତ ହୋଇଥାଏ । ଉଦାହରଣ ସ୍ୱରୂପ ହୀରା ପ୍ରସ୍ତୁତ କରିବା ବେଳେ କାର୍ବନ ଅତ୍ୟଧିକ ଉଚ୍ଚ ଚାପରେ ରହିଥାଏ । ଫଳରେ ତାପମାତ୍ରା ଯୋଗୁଁ ଅଣୁ ଏକତ୍ରିତ ହୋଇଯାଇଥାଏ । ଲ୍ୟାବରେ ହୀରାକୁ ଏହିପରି ପ୍ରସ୍ତୁତ କରାଯାଇଥାଏ ।