Advertisment

ପ୍ରକୃତି ମିଶ୍ରଙ୍କ ଘରେ ପହଞ୍ଚିଲା ପୋଲିସ

ଏହାପୂର୍ବରୁ ୭ ଜଣଙ୍କୁ ନୋଟିସ୍ କରିବା ସହ କିଛି ଜଣଙ୍କୁ ପଚରାଉଚୁରା କରିସାରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Prakruti Mishra

Prakruti Mishra

ପ୍ରକୃତି ମିଶ୍ରଙ୍କ ଭୁବନେଶ୍ୱର ଘରେ ପହଞ୍ଚିଲା ପୋଲିସ। ପଚରାଉଚରା ପାଇଁ ଖାରବେଳନଗର ଥାନାର ଏକ ଟିମ୍ ପ୍ରକୃତି ମିଶ୍ରଙ୍କ ଘରେ ପହଞ୍ଚିଛି। ବାବୁସାନ୍‌ଙ୍କ ପତ୍ନୀ, ପ୍ରକୃତିଙ୍କ ଉପରେ ଆଣିଥିବା ଆରୋପର ତଦନ୍ତ କରାଯିବ। ବାବୁଙ୍କୁ ଅତ୍ୟଧିକ ନିଶାସେବନ ଦିଆଯାଉଥିବା ପତ୍ନୀ ତୃପ୍ତି ଅଭିଯୋଗ ଆଣିଥିଲେ। ଏପରିକି ଚରସ୍, ଗଂଜେଇ ଓ ମଦ ପିଇବାକୁ ବାଧ୍ୟ କରୁଥିଲେ। ସେହିପରି ବାବୁସାନଙ୍କୁ ପ୍ରକୃତି ମିଶ୍ର ବ୍ଲାକମେଲିଂ କରିଥିବା ଅଭିଯୋଗ ହୋଇଥିଲା।  ତେବେ ଏ ବାବଦରେ ପୋଲିସ୍ ପ୍ରକୃତି ମିଶ୍ରଙ୍କୁ ପଚରାଉଚୁରା କରିଥାଇପାରେ। ଘଣ୍ଟାଏ ସମୟ ଧରି ଜେରା କରିବା ସହ ପୋଲିସ ପ୍ରକୃତି ମିଶ୍ରଙ୍କ ବୟାନ ରେକର୍ଡ କରିଛି। ଏହାପୂର୍ବରୁ ୭ ଜଣଙ୍କୁ ନୋଟିସ୍ କରିବା ସହ ପଚରାଉଚୁରା କରିସାରିଛି। 

Advertisment

ତେବେ ଏନେଇ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି ଯେ- ବର୍ତ୍ତମାନ ଏହା ତଦନ୍ତ ପରିସରଭୁକ୍ତ, ମୁଁ ଏନେଇ କହିବାଟା ଠିକ୍ ହେବନି। ମୋର ଆଇନ୍‌ ଉପରେ ବିଶ୍ୱାସ ରହିଛି। ତଦନ୍ତ ଠିକ୍ ବାଟରେ ହେବ। ଆମେ ଏବେ ଚେନ୍ନାଇରୁ ଫେରିଛୁ। ଟିକିଏ ଶାନ୍ତିରେ ରହିବାକୁ ଚାହୁଁଛୁ। ମୁଁ ବାବୁ(ବାବୁସାନ)ଙ୍କ ସହ କଥା ହୋଇଛି। ମୁଁ ଚାହେଁ- ବାବୁ ତା ସଂସାରକୁ ଯାଉ, ଖୁସିରେ ରହୁ। 

ଗତ ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। ବାବୁଶାନ-ପ୍ରକୃତିଙ୍କ ସହ ଝଗଡ଼ା କରିବା ସହ ମାଡ଼ ବି ମାରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ବାବୁସାନ୍‌ଙ୍କ ସହ ବସିଥିବା ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଥିଲେ ପ୍ରକୃତି। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା। 

Advertisment

ଏହି ଘଟଣାକୁ ନେଇ ଏବେ ମୁହାଁମୁହିଁ  ହୋଇଛନ୍ତି ପ୍ରକୃତିଙ୍କ ପରିବାର ଏବଂ ତୃପ୍ତି ଶତପଥୀଙ୍କ ପରିବାର। ଝିଅକୁ ଆକ୍ରମଣ ଅଭିଯୋଗ ଆଣି ବାପା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏବଂ ମା ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। ଲଳିତ ଶତପଥୀ ତାଙ୍କ ଝିଅ ଓ ଗୁଣ୍ଡାଙ୍କୁ ଧରି ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ଝିଅକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଥିଲେ। ସେପଟେ ବାବୁସାନ ଏବଂ ତାଙ୍କ ପତ୍ନୀ ତୃପ୍ତିଙ୍କ କଳି ଭିତରେ ପ୍ରକୃତି ମିଶ୍ର ହସ୍ତକ୍ଷେପ କରିବାରୁ ତୃପ୍ତି ବାଡ଼େଇଥିବା ମାନିଥିଲେ ତୃପ୍ତିଙ୍କ ମାଉସୀ। ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ଗତ କିଛି ମାସ ତଳେ ଘରକୁ ଯାଇ ପ୍ରକୃତିଙ୍କ ବାପାଙ୍କୁ ଜଣାଇଥିଲୁ। କିନ୍ତୁ ସେ ପାଲଟା ବାବୁସାନ ଏବଂ ପ୍ରକୃତିଙ୍କୁ ବୁଝାଇବାକୁ କହିଥିଲେ ବୋଲି କହିଥିଲେ ତୃପ୍ତିଙ୍କ ମାଉସୀ। 

ସେପଟେ ପ୍ରକୃତିଙ୍କ ବାପା, ମା ବାବୁସାନଙ୍କ ପତ୍ନୀ ଏବଂ ଶ୍ୱଶୁରଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦେବା ପରେ ବୋହୂ ତୃପ୍ତି ଶତପଥୀଙ୍କୁ ସାଙ୍ଗରେ ନେଇ ଥାନାରେ ପହଞ୍ଚିଥିଲେ ଶାଶୂ ଅପରାଜିତା ମହାନ୍ତି। ଏନେଇ ୨ଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି କହିଥିଲେ ଥାନାଧିକାରୀ।

Prakruti Mishra Babushan
Advertisment
Advertisment