genius book of world record
୭୨ଫୁଟ ଉଚ୍ଚତାର ଏହି କାଠରଥର ଓସାର ଓ ପ୍ରସ୍ତ ୪୫ ଫୁଟ । ଏଥିରେ ରହିଛି ୧୬ଟି ଚକା । ବିଶ୍ବର ସର୍ବବୃହତ ଜଗନ୍ନାଥ ରଥଭାବେ ଗ୍ଲୋବାଲ ରେର୍କଡସ, ଏସିଆ ପାସିଫିକ ରେର୍କଡ, ଇଣ୍ଡିଆ ନେସନାଲ ରେକର୍ଡ, ଇଣ୍ଡିଆ ବ୍ଳକ ଅଫ ରେକର୍ଡ ଏବଂ ୱାନଣ୍ଡର ବୁକ ଅଫ ରେର୍କଡ ବହିରେ ଏହା ସ୍ଥାନ ପାଇଛି। କେନ୍ଦୁଝର ବଳଦେବଜିଉ ମନ୍ଦିରର ମୁଖ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେବି ଏହି ରଥର ନାମ ନନ୍ଦିଘୋଷ ଦିଆଯାଇଛି।
genius book of world recordଏହି ରଥଯାତ୍ରା ସମ୍ପୂର୍ଣ୍ଣ ଆଦିବାସୀ ପରମ୍ପରା ଅନୁଯାୟୀ କରାଯାଉଥିବାବେଳେ ରଥ ଟାଣିବାକୁ ବ୍ୟବହୃତ ହେଉଥିବା ଦଉଡିକୁ ଆଦିବାସୀ ସଂପ୍ରଦାୟର ଭୂୟାଁମାନେ ପ୍ରସ୍ତୁତ କରିଥାନ୍ତି। ସିଆଡି ଲତାରେ ଏହି ଦଉଡି ପ୍ରସ୍ତୁତ ହୋଇଥାଏ। ଗତ ଅକ୍ଷୟ ତୃତିୟାରୁ ରଥକାର୍ଯ୍ୟ ଆରମ୍ଭ ହୋଇଛି। ରଥ କାର୍ଯ୍ୟରେ ୨୦ରୁ ଊର୍ଦ୍ଧ୍ୱ ମହାରଣା ଏବଂ ଶ୍ରମିକ ନିୟୋଜିତ ହୋଇ ଏହାକୁ ପ୍ରସ୍ତୁତ କରିଛନ୍ତି।
ସବୁଠାରୁ ବଡ କଥା ଏହି ରଥଟି ଯାତ୍ରା ପରେ ଖୋଲାଯାଏନାହିଁ । ଏହା ସେହିପରି ବଡଦାଣ୍ଡରେ ଦଣ୍ଡାୟମାନ ହୋଇଥାଏ। ଆଜି ମନ୍ଦିର ସୌନ୍ଦର୍ଯ୍ୟକରଣର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏହା ଘୋଷଣା କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ। ସାଙ୍ଗରେ କେନ୍ଦୁଝରର ରାଜା ଓ ଅନ୍ୟମାନେ ଏଠାରେ ଉପସ୍ଥିତ ଥିଲେ ।
ରିପୋର୍ଟ: ପ୍ରଣୟ କୁମାର ପାଣି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)