Advertisment

କେନ୍ଦ୍ରାପଡ଼ା ପୌରପରିଷକୁ ୨୮ ଲକ୍ଷ ଫାଇନ୍‌ !

ଏ ସମ୍ପର୍କରେ ପୌରଧ୍ୟକ୍ଷା ନିକଟକୁ କୌଣସି ନୋଟିସ ଆସିନଥିବା କହିଛନ୍ତି।

author-image
Chandan Shishu
Kendrapara Municipality

Kendrapara Municipality

ଗୋବରୀ ନଦୀକୁ ପ୍ରଦୂଷିତ କରିଥିବାରୁ କେନ୍ଦ୍ରାପଡ଼ା ପୌରପରିଷଦକୁ ମାସିକ ୧ ଲକ୍ଷ ଟଙ୍କା ହିସାବରେ ୨୮ ମାସକୁ ୨୮ ଲକ୍ଷ ଟଙ୍କା ଫାଇନ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ  ପକ୍ଷରୁ ଏହି ଫାଇନ କରାଯାଇଛି। ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ସହ ଡ୍ରେନ ପାଣି ସିଧାସଳଖ ଗୋବରୀ ନଦୀରେ ପକାଯାଇଥିବାରୁ ଏହି ଫାଇନ ଲଗାଯାଇଛି ପୌରସଂସ୍ଥା ଉପରେ।

Advertisment

୧-୪-୨୦୨୦ ଠାରୁ ୩୧-୩-୨୦୨୨ ପର୍ଯ୍ୟନ୍ତ ୨୪ ଲକ୍ଷ ଓ ୧- ଏପ୍ରିଲ ୨୦୨୨ ଠାରୁ ୧- ଜୁଲାଇ - ୨୦୨୨ ପର୍ଯ୍ୟନ୍ତ ୪ ଲକ୍ଷ ଏହି ପରି ସମୁଦାୟ ୨୮ ଲକ୍ଷ ଟଙ୍କା ଜମାକରିବା ଲାଗି  ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡା ପୌରପାଳିକା ଗୋବରୀ ନଦୀକୁ ଏକ ଅଘୋଷିତ ଡମ୍ପିଙ୍ଗି ୟାର୍ଡ ପରିଣତ କରିଥିବା ଅଭିଯୋଗ ହୋଇଛି। ସହରର ହଜାରିବାଗିଚା, ଖଡିଅଙ୍ଗ, ସୁନାଇଲୋ ଜୟପୁର, ଏକଡାଖଣ୍ଡିରୁ ନିର୍ଗତ ବର୍ଜ୍ୟବସ୍ତୁ ସିଧାସଳଖ ଗୋବରୀ ନଦୀରେ ପଡୁଥିବାରୁ ନଦୀ ଜଳ ପ୍ରଦୂଷିତ ହେଉଛି।

ମାମଲାର ପରବର୍ତ୍ତୀ ଶୁଣାଣି ୨୪ ଜୁଲାଇରେ ହେବାକୁ ଥିବା ବେଳେ ଏ ସମ୍ପର୍କରେ ପୌରଧ୍ୟକ୍ଷା ନିକଟକୁ କୌଣସି ନୋଟିସ ଆସିନଥିବା କହିଛନ୍ତି। ଅନ୍ୟପଟେ  ସହରରେ ଡ୍ରେନେଜ ବ୍ୟବସ୍ଥା ତ୍ୱରାନ୍ୱିତ କରିବା ଲାଗି ଉଭୟ କେନାଲ ଓ ନଦୀ କଡ଼ରେ ଡ୍ରେନ ନିର୍ମାଣହେବ ବୋଲି କହିଛନ୍ତି ପୌରପରିଷଦର ଚେୟାରପର୍ସନ ସରିବାତ ସାହୁ।   

Advertisment
Kendrapara Municipality Govari River
Advertisment
Advertisment