Advertisment

ସାମ୍ବାଦିକଙ୍କୁ ଲୋକସେବା ଭବନ ମନା କାହିଁକି?

ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଲେ ଚତୁର୍ଥ ସ୍ତମ୍ଭ ପ୍ରତି ସରକାରଙ୍କ ଏଭଳି ପାତରଅନ୍ତର ଗଣତନ୍ତ୍ର ପ୍ରତି କେତେ ଶୁଭଙ୍କର ତାହା ଏବେ ବଡ଼ ପ୍ରଶ୍ନ।

author-image
Chandan Shishu
ଅଦ୍ୟତନ ହୋଇଛି
Journalists Unhappy Over Restrictions

Journalists Unhappy Over Restrictions

ଭୁବନେଶ୍ୱର: ସାମ୍ବାଦିକଙ୍କୁ କାହିଁକି ଲୋକସେବା ଭବନ ମନା? ସାମ୍ବାଦିକଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରୁନାହାନ୍ତି ତ ସରକାର? ଗଣତନ୍ତ୍ର ପାଇଁ ଏହା କେତେ ଶୁଭଙ୍କର? ଏମିତି ଅନେକ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକତା ରହିଛି। ଦୀର୍ଘ ଦେଢବର୍ଷରୁ ଅଧିକ ସମୟ ହେବ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଫାଟକ ବନ୍ଦ। ସାଧାରଣ ଜନତା ଏବଂ ସରକାରଙ୍କ ମଧ୍ୟରେ ସେତୁ ପାଲଟିଥାନ୍ତି ସାମ୍ବାଦିକମାନେ। ସଚିବାଳୟରେ ଥିବା ମନ୍ତ୍ରୀ, ସଚିବ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ଖବର ଆଣିଥାନ୍ତି। 

Advertisment

ରାଜ୍ୟରେ ଘଟୁଥିବା ବିଭିନ୍ନ ଘଟଣା, ଦୁର୍ନୀତି ଏବଂ ପ୍ରସଙ୍ଗ ସମ୍ପର୍କରେ ସିଧାସଳଖ ପ୍ରତିକ୍ରୟା ସଂଗ୍ରହ କରି ଲୋକଙ୍କ ଉଦ୍ଦେଶ୍ୟରେ ପ୍ରସାରଣ କରନ୍ତି। ହେଲେ ସାମ୍ବାଦିକଙ୍କୁ ଏହି ଅଧିକାରରୁ ବଞ୍ଚିତ କରୁଛନ୍ତି ରାଜ୍ୟ ସରକାର। ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ପରେ ପ୍ରେସ୍ ବ୍ରିଫିଂ ହେଉ ବା କୌଣସି ସରକାରୀ କାର୍ଯ୍ୟର ପ୍ରେସ୍ ମିଟ୍ ଏବେ ସବୁ ଭର୍ଚୁଆଲ ମୋଡ୍‌ରେ ହେଉଛି। ଯାହା ଫଳରେ ସାମ୍ବାଦିକମାନେ ଆଉ ପ୍ରଶ୍ନ ବି କରିପାରୁ ନାହାନ୍ତି।

ସରକାର ସାମ୍ବାଦିକମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିଛନ୍ତି ହେଲେ କୋଭିଡ୍ ଆଳ ଦେଖାଇ ଲୋକସେବା ଭବନ ଭିତରକୁ ଛଡା ନଯିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ। ସେହିପରି ସାମ୍ବାଦିକମାନେ ଏ ନେଇ ଏଡିଟର୍ସ ଗିଲଡ୍ ଅଫ୍ ଇଣ୍ଡିଆକୁ ଜଣାଇବା ଦରକାର ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତା। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଲେ ଚତୁର୍ଥ ସ୍ତମ୍ଭ ପ୍ରତି ସରକାରଙ୍କ ଏଭଳି ପାତରଅନ୍ତର ଗଣତନ୍ତ୍ର ପ୍ରତି କେତେ ଶୁଭଙ୍କର ତାହା ଏବେ ବଡ଼ ପ୍ରଶ୍ନ।

Advertisment

ରିପୋର୍ଟ: ଶିବାନନ୍ଦ ରାଉତ, ଅତୁଲ୍ୟ ବାଉତ, କପିଳେନ୍ଦ୍ର ପ୍ରଧାନ

Bhubaneswar Journalist Lokseba Bhawan
Advertisment
Advertisment