Advertisment

ପକୋଡ଼ା ଦୋକାନୀ ପୁଅ ରୌପ୍ୟ ଜିତି ଦେଶ ପାଇଁ ଆଣିଲେ ଗୌରବ

ପକୋଡ଼ା ବାଲା ପୁଅ ପାଇଲେ ରୌପ୍ୟ...

author-image
Otv Khabar Bureau
ଅଦ୍ୟତନ ହୋଇଛି
jhmnhmgnwho is sanket sargar meet indias first medallist at the commonwealth games 2022

jhmnhmgnwho is sanket sargar meet indias first medallist at the commonwealth games 2022

ଦିନେ ପକୋଡ଼ା ବିକୁଥିଲେ ଏବେ ରୌପ୍ୟ ପଦକ ବିଜେତା ହେଲେ । ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ପ୍ରଥମ ପଦକ ଆଣିଛନ୍ତି ସଙ୍କେତ ସର୍ଗର । ୨୧ ବର୍ଷୀୟ ଏହି ଯୁବକଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ହେଲେ ଆପଣ ଜାଣନ୍ତି କି କିଏ ଏହି ଯୁବକ ? କଣ ତାଙ୍କ ପରିଚୟ ? ତେବେ ଆସନ୍ତୁ ଜାଣିବା ଏତେ କମ୍ ବୟସରେ ସଫଳତାର ଶୀର୍ଷ ଛୁଇଁ ଦେଶ ପାଇଁ ଗୌରବ ଆଣିଥିବା ଏହି ଯୁବକଙ୍କ ବିଷୟରେ....

Advertisment

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସଙ୍କେତଙ୍କ ବାପା ଜଣେ ଚା’, ପାନ ଦୋକାନୀ । ବାପା ଚଳାଉଥିବା ଦୋକାନରେ ସେ ମୁଗ ପକୋଡା ଓ ବରା ପାଓ ବିକ୍ରି କରନ୍ତି । ନିଜ କଲେଜ ପାଠପାଢ଼ା ଓ ଖେଳ ସମୟ ମଧ୍ୟରୁ ସମୟ ବାହାର କରି ସେ ତାଙ୍କ ବାପାଙ୍କୁ ସହଯୋଗ କରନ୍ତି । ହେଲେ ଏହାରି ମଧ୍ୟରେ ସେ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କୌଣସି ସୁଯୋଗ ଛାଡିନଥିଲେ। ଗତ ୪ ବର୍ଷରୁ ଦେଖୁଥିବା ସ୍ୱପ୍ନକୁ ଗତ ଶନିବାର ଦିନ ସାକାର କରିପାରିଛନ୍ତି ସଙ୍କେତ । ଯାହାକୁ ନେଇ ସେ ଓ ତାଙ୍କ ପରିବାର ତଥା ଦେଶ ପାଇଁ ଗର୍ବ ଗୌରବ ଆଣିପାରିଛନ୍ତି ।

ଗତ କିଛିଦିନ ପୂର୍ବେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସଙ୍କେତଙ୍କ ଭଉଣୀ କାଜଲ ସର୍ଗର ସ୍ୱର୍ଣ୍ଣ ଜିତିଥିଲେ । ସଙ୍କେତଙ୍କ ପିତା ମହାଦେବ ନିଜ ଜୀବନରେ ବହୁ ସଂଘର୍ଷ କରି ତାଙ୍କ ପିଲାଙ୍କୁ ଜୀବନରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇ ଆସୁଥିଲେ। ଯାହାର ସୁଫଳ ଏବେ ତାଙ୍କୁ ମିଳିପାରିଛି । ତେଣୁ ଉଭୟ ପୁଅ ଓ ଝିଅ ଜିତିଥିବା ପଦକକୁ ଦୋକାନରେ ଝୁଲାଇବେ ବୋଲି କହିଛନ୍ତି ମହାଦେବ ।

Advertisment

ଗୁରୁରାଜ ପୂଜାରୀ ୨୦୧୮ ମସିହା ଗୋଲ୍ଡକୋଷ୍ଟ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ । ସେହି ସମୟରେ ସଙ୍କେତ ଏହାର ସିଧା ପ୍ରସାରଣ ଦେଖିଥିଲେ । ଯାହା ପରେ ସେ ନିଶ୍ଚିତ କରିଥିଲେ କି - 'ଦିନେ ମୁଁ ବି ଏଭଳି ପଦକ ଜିତିବି' । ଯାହାର ପ୍ରାୟ ୪ ବର୍ଷ ପରେ ତାହା ବାସ୍ତବତାରେ ପରିଣତ କରିଦେଖାଇଛନ୍ତି ସଙ୍କେତ ।

ସଙ୍କେତ୍  ୨୦୧୭ ମସିହାରେ ମହାରାଷ୍ଟ୍ର କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି କ୍ରିଡା କ୍ଷେତ୍ରରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ।  ଯାହା ପରେ ସେ ମୟୂର ସିଂହାସନଙ୍କଠାରୁ ପ୍ରଶିକ୍ଷଣ ନେଇ ନିଜକୁ ଏକ ଦକ୍ଷ ଖେଳାଳୀ ଭାବେ ପ୍ରସ୍ତୁତ କରିଥିଲେ । 

ସୂଚନାଅନୁସାରେ, ବର୍ମିଂହାମରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲେ ଯୁବ ଭାରତ୍ତୋଳକ ସଙ୍କେତ ସାଗର । ସେ ୫୫ କେଜି ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ସମୁଦାୟ ୨୪୮ କେଜି ଭାର ଉଠାଇ ସେ ଏହି ପଦକ ହାସଲ କରିଛନ୍ତି । ସ୍ନାଚରେ ୧୧୩ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୩୫ କିଲୋ ଉଠାଇ ସେ ରୌପ୍ୟ ପଦକ ପାଇଛନ୍ତି ।

Commonwealth Games
Advertisment
Advertisment